fbpx

‘ତାଳି’ ଟ୍ରାନ୍ସଜେଣ୍ଡର ଭୂମିକାରେ ପରଦାକୁ ଆସୁଛନ୍ତି ସୁସ୍ମିତା ସେନ୍ ;ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଲେ ସୂଚନା

ମୁମ୍ବାଇ :କିନ୍ନର ମାନଙ୍କୁ ପ୍ରାରମ୍ଭ ରୁ ହିଁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ସେ କେଉଁ କେଉଁ ବାଧାବିଘ୍ନ କୁ ଏଡାଇ ନିଜ ପଥରେ ଅଗ୍ରଗତି କରନ୍ତି ତାହାର ଏକ ଝଲକ ଖୁବ ଶୀଘ୍ର ଦେଖିବାକୁ ମିଳିବ । ଡିଜିଟାଲ୍ ଡେବ୍ୟୁ କରିବା ପରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କର ଆଗାମୀ ୱେବ୍ ସିରିଜ୍ ପାଇଁ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ଗୌରୀ ସାୱନ୍ତଙ୍କ ବାୟୋପିକ ରେ ନଜର ଆସିବାକୁ ଯାଉଛନ୍ତି। ଗୁରୁବାର ପୂର୍ବତନ ମିସ୍ ୟୁନିଭର୍ସ ଇନଷ୍ଟାଗ୍ରାମରେ ତାଙ୍କର ପ୍ରଥମ ଲୁକ୍ ଉନ୍ମୋଚନ କରିଥିଲେ। ତାଳି ନାମକ ଏହି ଜୀବନୀ ନାଟକ ଧାରାବାହିକ ଅର୍ଜୁନ ସିଂ ବାରନ୍ ଏବଂ କାର୍ତ୍ତିକ ଡି ନିଶନ୍ଦରଙ୍କ ଦ୍ୱାରା ନିର୍ମିତ। ସୁସ୍ମିତା ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, “ତାଳି – ବଜେଗା ନାହିଁ , ବାଜୱାଙ୍ଗୀ! ଏହାକୁ ସମ୍ମାନର ସହିତ ବଞ୍ଚିବା ସମସ୍ତଙ୍କ ଅଧିକାର !!

ଫଟୋରେ, ୪୬ ବର୍ଷୀୟ ଅଭିନେତ୍ରୀ ଏକ ଭୟଙ୍କର ଏବଂ ବୋଲ୍ଡ ପୋଜ୍ ଦେବା ସହ ସାୱନ୍ତ ଭାବରେ ନଜର ଆସିଛନ୍ତି। ସୁସ୍ମିତାଙ୍କ କେବେବି ଦେଖାଯାଇ ନଥିବା ଅବତାର ତାଙ୍କ ପ୍ରଶଂସକ ଏବଂ ଅନୁସରଣକାରୀଙ୍କୁ ପ୍ରଭାବିତ କରିଛି। ଏହା ସହ ସୁସ୍ମିତା ଏହି ଯାତ୍ରା ପାଇଁ ଅଧିକ ଗର୍ବିତ ଏବଂ କୃତଜ୍ଞ ବୋଲି ପ୍ରକାଶ କରିଛନ୍ତି।

ଏହା କେବଳ ଆରମ୍ଭ, କାହାଣୀ ରେ କଣ ଅଛି ତାହା ଉପରେ ଦୃଷ୍ଟି ରଖନ୍ତୁ ବୋଲି ପୂର୍ବତନ ମିସ୍ ୟୁନିଭର୍ସ ଏକ ବିବୃତ୍ତିରେ କହିଛନ୍ତି।ଗଣେଶ ଭାବରେ ଜନ୍ମ ହୋଇଥିବା ଏବଂ ପୁଣେରେ ବଢି ଥିବା ସାୱନ୍ତ ନ୍ୟାସନାଲ ଲିଗାଲ ସର୍ଭିସେସ୍ ଅଥରିଟି (NALSA) ର ଅନ୍ୟତମ ଆବେଦନକାରୀ ଥିଲେ, ଯେଉଁଥିରେ ସୁପ୍ରିମକୋର୍ଟ ଟ୍ରାନ୍ସଜେଣ୍ଡରଙ୍କୁ ତୃତୀୟ ଲିଙ୍ଗ ଭାବରେ ୨୦୧୪ ରେ ଚୂଡ଼ାନ୍ତ ରାୟରେ ସ୍ୱୀକୃତି ଦେଇଥିଲେ। ତେବେ ଏହି ଅଧିକାର ହାସଲ କରିବା ପାଇଁ ସେ କେତେ ପରିଶ୍ରମ କେତେ ନିନ୍ଦା ଅପନିନ୍ଦା ସହିଛନ୍ତି ତାହା ଏହି ଜୀବନ ଯାତ୍ରାରୁ ସ୍ପଷ୍ଟ ହେଇ ଯିବା। ତେବେ ବର୍ତ୍ତମାନ ଠାରୁ ପ୍ରସଂଶକଙ୍କ ମନରେ ବହୁତ ଉତ୍କଣ୍ଠା ଭରି ହେଇ ରହିଲାନି ।

 

Get real time updates directly on you device, subscribe now.