fbpx

ସ୍ୱାମୀ ଆଗରେ ସ୍ତ୍ରୀ ସହ ଗଣଦୁଷ୍କର୍ମ, ଚତୁର୍ଥୀ ରାତିରେ କାଳ ସାଜିଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ହସଖୁସିର ନୂଆ ସଂସାରକୁ ଦଳିଚକଟି ନଷ୍ଟ କରିଦେଲେ ଦୁର୍ବୃତ୍ତ । ଏଥିସହ ବଡ଼ ଅମାନୁଷିକ ଭାବେ ଚତୁର୍ଥୀ ରାତିରେ ସ୍ୱାମୀ ଆଗରେ ସ୍ତ୍ରୀକୁ କଲେ ଗଣଦୁଷ୍କର୍ମ । ସୂଚନା ଅନୁଯାୟୀ ମହମ୍ମଦ ଲତିଫଙ୍କର ବୁଧବାର ବାହାଘର ହୋଇଥିଲା । ସନ୍ଧ୍ୟାରେ ବିବାହ ସାରି କନ୍ୟା ସହ ଘରକୁ ଫେରିଥିଲେ । ତେବେ ସେହି ରାତି ନବ ଦମ୍ପତିଙ୍କ ପାଇଁ ଏଭଳି ଦୁର୍ଦ୍ଦଶା ଆଣିବ ବୋଲି କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି ।

ଘଟଣା ଅନୁଯାୟୀ ରାତି ପ୍ରାୟ ୩ଟା ବେଳେ ୪ ଜଣ ଦୁର୍ବୃତ୍ତ ଲତିଫଙ୍କ ଘର କବାଟ ବାଡ଼େଇଥିଲେ । କବାଟ ଖୋଲିବା ବେଳକୁ ସେମାନଙ୍କ ମଧ୍ୟରୁ ୩ ଜଣ ପୋଲିସ ପୋଷାକରେ ଥିଲେ । ପୋଲିସ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ କହିଥିଲେ ଯେ ଲତିଫଙ୍କ ଘରେ ବେଆଇନ ମଦ ଥିବା ନେଇ ଯାଞ୍ଚ କରାଯିବ । ଏହି ବାହାନାରେ ସେମାନେ ଘର ଭିତରକୁ ପଶିଥିଲେ ଏବଂ ଘରେ ପଶିବା ପରେ ପରିବାରର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଗୋଟିଏ ଘରେ ବନ୍ଦ କରିଦେଇଥିଲେ । ଖାଲି ସେତିକି ନୁହେଁ, କନ୍ୟା ଥିବା ଘରେ ଧଶେଇ ପଶିଥିଲେ । ଜଣେ ଅଭିଯୁକ୍ତ ରୁମ ବାହାରେ ଅପେକ୍ଷା କରିବାବେଳେ ୩ ଜଣ ଲତିଫଙ୍କୁ ବନ୍ଧୁକ ଦେଖାଇ ତାଙ୍କ ସାମ୍ନାରେ ପତ୍ନୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏପରିକି ୩ ଦୁର୍ବୃତ୍ତ ବାହାରକୁ ଯିବା ପରେ ବାହାରେ ଜଗିଥିବା ଦୁର୍ବୃତ୍ତ ମଧ୍ୟ କନ୍ୟା ସହ ଦୁଷ୍କର୍ମ କରିଥିଲା ।

ଏତିକିରେ ସରିନଥିଲା ଅସାମାଜିକମାନଙ୍କ କାଣ୍ଡ । ସେମାନେ ଲତିଫଙ୍କ ଘରୁ ଗହଣା ଏବଂ ୧ ଲକ୍ଷ ୨୫ ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ । ସକାଳେ ମୁଲତାନ ପୋଲିସ ପହଞ୍ଚି ତନାଘନା କରିବା ସହ ବଧୂଙ୍କୁ ହସ୍ପିଟାଲକୁ ନେଇଥିଲେ । ଗଣଦୁଷ୍କର୍ମ ହୋଇଥିବା ନେଇ ଡାକ୍ତର ମଧ୍ୟ ସ୍ପଷ୍ଟ କରିଥିଲେ । ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ମିଳିନାହିଁ । ପାକିସ୍ତାନର ମୋଚୀପୁରା ଜିଲ୍ଲା ମୁଲତାନରେ ଏଭଳି ଅମାନବୀୟ କାଣ୍ଡ ଘଟିଛି ।

Get real time updates directly on you device, subscribe now.