fbpx

ଭର୍ଚୁଆଲ୍ ମୋଡ୍ ରେ ଲୋକାର୍ପିତ ହେଲା ‘ସ୍ୱପ୍ନା ଟିଭି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ରାଜ୍ୟ ଗଣମାଧ୍ୟମ ଜଗତକୁ ପ୍ରବେଶ କରିଛି ଆଉଏକ ଚାନେଲ୍ । ଭର୍ଚୁଆଲ୍ ମୋଡ୍ରେ ଲୋକାର୍ପିତ ହୋଇଯାଇଛି ‘ସ୍ୱପ୍ନା ଟିଭି’ । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଡ଼ିହୋଇ ଚାନେଲ୍ ଉନ୍ମୋଚନ କରିଥିଲେ । ସମ୍ପ୍ରତି ଡିଜିଟାଲ୍ ମିଡିଆ ଓ ମୋବାଇଲ ଫୋନ୍ ଯୁଗରେ ଖବର ଅତି ତ୍ୱରିତ୍ ମିଳିଯାଉଥିବା ବେଳେ ସ୍ୱପ୍ନା ଟିଭି ଖବର ଦୁନିଆରେ ଏକ ନୂଆ ଧାରା ତିଆରି କରିବା ନେଇ ଆଶା ବ୍ୟକ୍ତ କରିଥିଲେ ବାଚସ୍ପତି ଶ୍ରୀ ପାତ୍ର ।

ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ ଯେ ସ୍ୱପ୍ନା ଟିଭି ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଏକ ବାହକ ହେବ । ସେହିପରି ମୁଖ୍ୟବକ୍ତା ଭାବେ ଆଜତକ୍ ଚାନେଲର ସହଯୋଗୀ କାର୍ଯ୍ୟକାରୀ ପ୍ରଯୋଜକ ଆଶିଷ କୁମାର ସିଂ ଆଞ୍ଚଳିକ ଖବର ପ୍ରସାରଣ ସହ ଜାତୀୟ ସ୍ତରରେ ଗ୍ରାମାଞ୍ଚଳର ସମସ୍ୟା ପହଞ୍ଚାଇବା ପାଇଁ ସ୍ୱପ୍ନା ଟିଭି ଏକ ମାଧ୍ୟମ ସାଜିବ ବୋଲି କହିଥିଲେ । ପ୍ରତିଷ୍ଠାତା ସନ୍ତୋଷ କୁମାର ସ୍ୱପ୍ନା ଟିଭିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଏବଂ ସ୍ୱପ୍ନାଟିଭି ପରିବାରର ମାର୍ଗଦର୍ଶକ ସାତକଡ଼ି ହୋତା ଓ ଯୁବ ସାମ୍ବାଦିକ ତଥା ସନ୍ନି ଶରଦ ପ୍ରମୁଖ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ସ୍ୱପ୍ନା ଟିଭି ସମ୍ପ୍ରତି ବିଭିନ୍ନ ସୋସିଆଲ୍ ମିଡିଆରେ ଉପଲବ୍ଧ ହେବ ।

Get real time updates directly on you device, subscribe now.