fbpx

ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ବ୍ରହ୍ମପୁର: ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ । ଗୁରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ବିକ୍ରମପୁର ଗ୍ରାମରେ ସେପ୍ଟିକ ଟ୍ୟାଙ୍କ ସେଟ୍ରିଂ କାମ କରୁଥିବା ସମୟରେ ତିନିଜଣ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହେବା କାରଣରୁ ମୃତ୍ୟୁ ହୋଇଛି ।

ମୃତକଙ୍କ ନାମ ଏନ ସଦାନନ୍ଦ, ପି କୃଷ୍ଣ ଏବଂ ପି ଡାଲିଆ ବୋଲି ଜଣାପଡିଛି । ଏହି ତିନିଜଣ ଅପରାହ୍ନରେ ନିର୍ମାଣାଧୀନ ଟାଙ୍କିରେ କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇଥିଲେ । ସ୍ଥାନୀୟ ବାସିନ୍ଦା ଏହି ତିିନିଜଣକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.