ସ୍ବାମୀ ନା ପିଶାଚ? ଟଙ୍କା ପାଇଁ ନିଜ ସ୍ତ୍ରୀକୁ 120 ଜଣ ପୁରୁଷଙ୍କୁ ବିକିଦେଲା ସ୍ବାମୀ, ଯୌନ ସମ୍ପର୍କ ରଖିବାକୁ କରୁଥିଲା ବାଧ୍ୟ
ଟଙ୍କା ପାଇଁ ନିଜ ସ୍ତ୍ରୀକୁ 120 ଜଣ ପୁରୁଷଙ୍କୁ ବିକିଦେଲା ସ୍ବାମୀ
ନୂଆଦିଲ୍ଲୀ: ସ୍ଵାମୀ, ସ୍ତ୍ରୀ ହେଉଛି ଏକ ପବିତ୍ର ବନ୍ଧନ । ଯେଉଁ ବନ୍ଧନରେ ବାନ୍ଧି ହେବା ପରେ ମନ ମିଶେ, ଜଣେ ଆଉ ଜଣଙ୍କ ପାଇଁ ବଞ୍ଚେ । ହେଲେ ଆପଣ କ’ଣ କେବେ ଶୁଣିଛନ୍ତି କେହି ତାର ସ୍ତ୍ରୀକୁ ବିକ୍ରି କରିଦେବାର ? ଏହା ଶୁଣିବାକୁ ଖରାପ ଲାଗୁଥାଇପାରେ । ହେଲେ ଏଭଳି ମାମଲା ଦେଖିବାକୁ ମିଳିଛି ସ୍ଵିଡେନ୍ରେ ।
ୟୁରୋପୀୟ ରାଷ୍ଟ୍ର ସ୍ୱିଡେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ, ଜଣେ ୬୨ ବର୍ଷୀୟ ବ୍ୟକ୍ତି ତାଙ୍କ ନିଜ ପତ୍ନୀଙ୍କୁ ଶୋଷଣ କରିବା, ଟଙ୍କା ପାଇଁ ଅନ୍ୟ ପୁରୁଷଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଏବଂ ତାଙ୍କୁ ବାରମ୍ବାର ଦୁଷ୍କର୍ମ ଏବଂ ମାରପିଟ କରିବାର ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ଏହି ଭୟଙ୍କର ମାମଲାରେ ପ୍ରାୟ ୧୨୦ ଜଣ ପୁରୁଷ ମଧ୍ୟ ଶାମିଲ ଅଛନ୍ତି – ଯେଉଁମାନେ ମହିଳାଙ୍କ ସହିତ ଯୌନ ସମ୍ପର୍କ ରଖିଥିଲେ ।
ଏହି ଘଟଣା ସମଗ୍ର ସ୍ୱିଡେନ ଦେଶକୁ ଦୋହଲାଇ ଦେଇଛି। ଏହାକୁ ଫ୍ରାନ୍ସର ଗିସେଲ୍ ପେଲିକୋଟଙ୍କ ମାମଲା ସହିତ ତୁଳନା କରାଯାଉଛି, ଯାହାଙ୍କ ସ୍ୱାମୀ ଡୋମିନିକ୍ ପେଲିକୋଟଙ୍କୁ 2024 ମସିହାରେ 20 ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା। ଡୋମିନିକ୍ ତାଙ୍କ ପତ୍ନୀଙ୍କୁ ନିଶା ଔଷଧ ଦେଇ ବେହୋସ କରିବା ଏବଂ ଡଜନ ଡଜନ ପୁରୁଷଙ୍କୁ ରେପ୍ କରିବାକୁ ଅନୁମତି ଦେବା ସ୍ୱୀକାର କରିଥିଲେ।
ସ୍ତ୍ରୀ ସହ ସମ୍ପର୍କ ପାଇଁ ଅନଲାଇନ୍ ବିଜ୍ଞାପନ
62 ବର୍ଷୀୟ ସନ୍ଦିଗ୍ଧ ବ୍ୟକ୍ତି ‘ହେଲ୍ସ ଏଞ୍ଜେଲ୍ସ’ ବାଇକର ଗ୍ୟାଙ୍ଗର ପୂର୍ବତନ ଉଚ୍ଚପଦସ୍ଥ ସଦସ୍ୟ ବୋଲି ଜଣାପଡିଛି। ତାଙ୍କ ସ୍ତ୍ରୀ ଉତ୍ତର ସ୍ୱିଡେନରେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ତାଙ୍କୁ ଅକ୍ଟୋବରରେ ଗିରଫ କରାଯାଇଥିଲା ଏବଂ ସେବେଠାରୁ ସେ ଜେଲରେ ଅଛନ୍ତି। ଅଭିଯୋଜକଙ୍କ ଅନୁଯାୟୀ, ବ୍ୟକ୍ତି ଜଣକ ବର୍ଷ ବର୍ଷ ଧରି ତାଙ୍କ ପତ୍ନୀଙ୍କୁ ସ୍ତ୍ରୀକୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରି ଆସୁଥିଲେ । ଏପରିକି ପରପୁରୁଷ ହାତକୁ ସ୍ତ୍ରୀକୁ ଟେକି ଦେଇ ଟଙ୍କା କମାଉଥିଲା । ତାଙ୍କ ଉପରେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଅନଲାଇନ୍ ବିଜ୍ଞାପନ ଦେବା, ମିଟିଂ ଆୟୋଜନ କରିବା ଏବଂ ଅନଲାଇନ୍ ଯୌନ କାର୍ଯ୍ୟ କରିବାକୁ ବାଧ୍ୟ କରିବା ଅଭିଯୋଗ ରହିଛି।
ନିଶା ଦେଇ ଅଚେତ, ତା‘ପରେ…
ମହିଳା ଜଣଙ୍କୁ ସ୍ଵାମୀ ଧମକ ଦେବା ସହ ନିଶା ଦେଇ ଅଚେତ କରୁଥିଲେ । ଆଉ ଏହାପରେ ଫାଇଦା ଉଠାଉଥିଲେ । ସ୍ଵିଡେନ୍ର ବେଶ୍ୟାବୃତ୍ତି ଆଇନ୍ ଅନୁସାରେ, ଯୌନ ସେବା ପାଇଁ କାହାରିକୁ କିଣିବା ଅମାନ୍ୟ ହୋଇଥିବା ବେଳେ ବିକ୍ରି କରିବା ପାଇଁ ମଧ୍ୟ କୌଣସି ପ୍ରିବନ୍ଧକ ନାହିଁ ।
ଗୁରୁତର ବେଶ୍ୟାବୃତ୍ତିରେ ବାଧ୍ୟ କରିବା ବ୍ୟତୀତ, ଏହି ବ୍ୟକ୍ତିଙ୍କ ନାଁରେ 8 ଥର ରେପ କରିବାର ମଧ୍ୟ ଅଭିଯୋଗ ରହିଛି। ଯାହାକୁ ସ୍ଵାମୀ ଅସ୍ଵୀକାର କରିଛନ୍ତି । ମହିଳା ଜଣଙ୍କ ପରପୁରୁଷ ସହ ସମ୍ପର୍କ ରଖିବାକୁ ମନା କରିବାରୁ ଧମକ ଦେଇଥିଲେ ସ୍ଵାମୀ । ଏହି ଘଟଣା ୨୦୨୨ ଅଗଷ୍ଟ ୧୧ରୁ ୨୦୨୫ ଅକ୍ଟୋବର ୨୧ ମଧ୍ୟରେ ଘଟିଛି । ଏହି ମାମଲାର ବିଚାର ଏପ୍ରିଲ 13 ରେ ଆରମ୍ଭ ହେବାକୁ ଯାଉଛି।
୧୨୦ ସନ୍ଦିଗ୍ଧ ଚିହ୍ନଟ
କର୍ତ୍ତୃପକ୍ଷମାନେ ଯୌନ ସେବା କ୍ରୟ କରିଥିବା ସନ୍ଦେହରେ ପ୍ରାୟ 120 ଜଣଙ୍କୁ ଚିହ୍ନଟ କରିଛନ୍ତି। ମାମଲା ସହିତ ଜଡିତ 26 ପୁରୁଷଙ୍କ ବିରୁଦ୍ଧରେ ଯୌନ ସେବା କ୍ରୟ କରିଥିବାର ଅଭିଯୋଗ ରହିଛି । ଯେତେବେଳେ ବାକି ସନ୍ଦିଗ୍ଧଙ୍କ ବିଷୟରେ ତଦନ୍ତ ଚାଲିଛି।
