ହୋଟେଲ ଆଗରେ ଭୟଙ୍କର ବିସ୍ଫୋରଣ: ୬ ମୃତ, ପର୍ଯ୍ୟଟନ ମନ୍ତ୍ରୀ ଗୁରୁତର
ମାକ୍ରୋନ ରହୁଥିବା ହୋଟେଲ ବାହାରେ ଚରମପନ୍ଥୀମାନେ ଏକ ନାଲି ରଙ୍ଗର କାରକୁ ପ୍ରଥମେ ରଖିଥିଲେ। ତା'ପରେ ବିସ୍ଫୋରଣ ଘଟାଯାଇଥିଲେ
ଦମିସ୍କ: ସିରିଆର ରାଜଧାନୀ ଦମିସ୍କରେ ଆଜି ଲାଗ ଲାଗ ଦୁଇଟି ଭୟଙ୍କର ବିସ୍ଫୋରଣ ଘଟିଛି। ଯେଉଁ ହୋଟେଲ ବାହାରେ ଏହି ବିସ୍ଫୋରଣ ଘଟିଛି, ସେଥିରେ ଥିଲେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍। ଏହି ବୋମା ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ସିରିଆ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଅଛନ୍ତି।
ସମ୍ବାଦ ସଂସ୍ଥା ରଏଟର୍ସ ଅନୁଯାୟୀ, ଭିଡ଼ ଦେଖି ଚରମପନ୍ଥୀମାନେ ଏହି ବିସ୍ଫୋରଣ ଘଟାଇଥିବା ଅନୁମାନ କରାଯାଉଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ପୋଲିସ କର୍ମଚାରୀ ଅଛନ୍ତି। ଯେଉଁମାନେ ମାକ୍ରୋନଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ। ଅଲ ଆରବିଆ ଅନୁଯାୟୀ, ଯେଉଁ ସମୟରେ ମାକ୍ରୋନ୍ ହୋଟେଲରୁ ବାହାରି ଅଲ୍ ଶରାଙ୍କୁ ଭେଟିବାକୁ ଯାଉଥିଲେ, ଠିକ୍ ସେହି ସମୟରେ ହୋଟେଲ ବାହାରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା।
କାର ବୋମା ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ମାକ୍ରୋନ
ମାକ୍ରୋନ ରହୁଥିବା ହୋଟେଲ ବାହାରେ ଚରମପନ୍ଥୀମାନେ ଏକ ନାଲି ରଙ୍ଗର କାରକୁ ପ୍ରଥମେ ରଖିଥିଲେ। ତା’ପରେ ବିସ୍ଫୋରଣ ଘଟାଯାଇଥିଲେ। ଫ୍ରାନ୍ସର ରାଷ୍ଟ୍ରପତି ଭବନ ଏ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ବିବୃତି ଜାରି କରିନାହିଁ। କିନ୍ତୁ କୁହାଯାଉଛି; ବିସ୍ଫୋରଣର ତୁରନ୍ତ ପରେ ମାକ୍ରୋନଙ୍କୁ ଅଲ୍ ଶରାଙ୍କ ସାକ୍ଷାତ କରିଥିଲେ।
ଅନ୍ୟପଟେ ସିରିଆ ପୋଲିସ ଏହି ମାମଲାର ତଦନ୍ତକୁ ଜୋରଦାର କରିଦେଇଛି। ଅଲ୍ ଶରାଙ୍କ ସରକାରଙ୍କ ନିମନ୍ତ୍ରଣରେ ମାକ୍ରୋନ୍ ଦମିସ୍କ ଯାଇଛନ୍ତି। ସେ ହେଉଛନ୍ତି ପ୍ରଥମ ୟୁରୋପୀୟ ସଂଘର ନେତା, ଯିଏକି ସିରିଆରେ ପହଞ୍ଚିଛନ୍ତି। ମାକ୍ରୋନ୍ ୨ ଦିନିଆ ଗସ୍ତରେ ଦମିସ୍କ ଆସିଥିଲେ। ଏହି ଗସ୍ତର ଆଜି ଶେଷ ଦିନ ଥିଲା।
ସିରିଆରେ ବସର ଅଲ୍ ଅସଦଙ୍କ ଶାସନ ଯିବା ପରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଅଲ୍ ଶରା ସରକାରଙ୍କ ନିୟନ୍ତ୍ରଣକୁ ଆସିନାହିଁ। ଚଳିତ ବର୍ଷ ଫେବୃଆରୀ ମାସରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ଆତଙ୍କବାଦୀମାନେ ଅଲ୍ ଶରା ସରକାରଙ୍କ ଅନେକ କର୍ମଚାରୀଙ୍କୁ ହତ୍ୟା କରିଥିଲେ। କେବଳ ସେତିକି ନୁହେଁ, ଆଲାଭି ଏବଂ କୁର୍ଦ୍ଦିଶମାନେ ମଧ୍ୟ ସିରିଆ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି।
ଗତ ବର୍ଷ ଇସ୍ରାଏଲ୍ ମଧ୍ୟ ଅଲ୍ ଶରାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଇସ୍ରାଏଲ୍ ଏଥିପାଇଁ ରାଷ୍ଟ୍ରପତି ଆବାସ ଉପରେ ଆକ୍ରମଣ ମଧ୍ୟ କରିଥିଲା। ତେବେ ଅଲ୍-ଶରା ସେତେବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ।


