fbpx

ଦକ୍ଷତା ଆଧାରରେ ବିଶ୍ୱକପ ଦଳ ଗଠନ ହେବ : ଦ୍ରାବିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ । ଦଳ ଗଠନ ନେଇ ଆମର ବିଚାର ବିମର୍ଷ ପ୍ରକ୍ରିୟା ଚାଲିଛି । ତେବେ ଗୋଟିଏ ସିରିଜର ଫଳାଫଳ ଆଧାରରେ ଖେଳାଳିଙ୍କ ଦକ୍ଷତା ଆକଳନ କରା ଯାଇ ପାରିବ ନାହିଁ । ଗତକାଲି ସମାପ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ କେତେକ ଯୁବ ଖେଳାଳିଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସିରିଜ ଖେଳିବା ସୁଯୋଗ ଦିଆ ଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ କେତେ ଜଣ ଏହି ସିରିଜ ଖେଳି ଥିବା ବେଳେ ଆଉ କିଛି ଯୁବ ଖେଳାଳି ସୁଯୋଗ ପାଇ ପାରିଲେ ନାହିଁ । ତେବେ ଆଗାମୀ ସମୟରେ ସେମାନଙ୍କ ପାଇଁ ନିଶ୍ଚିତ ସୁଯୋଗ ରହିଛି ।

ଚଳିତ ଜୁନ ମାସ ୨୬ ଓ ୨୮ ତାରିଖ ଦିନ ଆୟର୍ଲାଣ୍ଡ ବିରୋଧରେ ଭାରତ ଦୁଇ ଟି-୨୦ ମ୍ୟାଚ ଖେଳିବ । ଏହି ମ୍ୟାଚ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରା ଯାଇଛି । ଗତ ଆଇପିଏଲରେ ସେ ଜଣେ ସଫଳ ଅଧିନାୟକ ଭାବେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ଗୁଜରାଟ ଟାଇଟନ୍ସକୁ ଟାଇଟଲ ବିଜୟୀ କରାଇବାରେ ସଫଳ ହୋଇଛନ୍ତି । ଗତ ଦକ୍ଷିଣ ଆଫ୍ରିକା ବି କ୍ଷ ଟି-୨୦ ସିରିଜରେ ରିଷଭ ପନ୍ତଙ୍କୁ ଅଧିନାୟକ କରା ଯାଇ ଥିଲେ ହେଁ ନିଜେ ବିଫଳ ହୋଇ ଭଲ ରନ ସଂଗ୍ରହ କରି ପାରିଲେ ନାହିଁ । ମାତ୍ର ପାଣ୍ଡ୍ୟା ଓ ଅନ୍ୟତମ ୱିକେଟ କି ର ଦିନେଶ କାର୍ତ୍ତିକ ସମସ୍ତଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିବା ଫଳରେ ଭାରତ ୦-୨ରେ ସିରିଜ ପଛୁଆ ଥିବା ବେଳେ ପୁଣି ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ୨-୨ରେ ସିରିଜ ଡ୍ର କରି ପାରିଲା । ତେଣୁ ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ବିକ୍ଷ ଟି-୨୦ ସିରିଜ ଶେଷ ହେବା ପରେ ବିଶ୍ୱକପ ଦଳ ଗଠନ ପ୍ରକ୍ରିୟା ଆରମ୍ଭ କରାଯିବ ।

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଏକ ୧୮ରୁ ୨୦ ଜଣିଆ ଦଳ ଗଠନ ଲକ୍ଷ୍ୟ ରହିଛି । ଗତ ଦକ୍ଷିଣ ଆଫ୍ରିକା ବିକ୍ଷ ଟି-୨୦ ସିରିଜ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି, ଯଶପ୍ରୀତ ବୁମରା,ମହମଦ ସାମି ଓ ଆହତ ଜନିତ ସମସ୍ୟା ନେଇ ସଂପ୍ରତି ବିଶ୍ରାମ ନେଉଥିବା ସୂର୍ଯ୍ୟକୁମାର ଯାଦବଙ୍କ ସହିତ ଅନ୍ୟ କେତେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆ ଯାଇଥିଲା । ସେହିରି ଆଘାତ ପ୍ରାପ୍ତ ହୋଇ ଥିବା କେଏଲ ରାହୁଲ ଓ କୁଳଦୀପ ଯାଦବ ମଧ୍ୟ ଗତ ଦକ୍ଷିଣ ଆଫ୍ରିକା ବିକ୍ଷ ଟି-୨୦ ସିରିଜ ଖେଳିବାରୁ ବଞ୍ଚତ ହୋଇ ଥିଲେ । ସେମାନେ ଆଗାମୀ ମାସର ଇଂଲଣ୍ଡ ଗସ୍ତରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟ ପକ୍ଷରେ ରିଷଭ ପନ୍ତ ଗତ ଦକ୍ଷିଣ ଆଫ୍ରିକା ବିକ୍ଷ ଟି-୨୦ ସିରିଜରେ ସମ୍ପୂର୍ଣ୍ଣ ବିଫଳ ହୋଇ କେବଳ ୫୮ ରନ କରିଥିଲେ । ତେଣୁ ବିଶ୍ୱକପ ଦଳ ଗଠନ ନେଇ ବ୍ୟାପକ ବିଚାର ବିମର୍ଷ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ କୋଚ ଦ୍ରାବିଡ କହିଛନ୍ତି ।

Get real time updates directly on you device, subscribe now.