fbpx

ଟି-୨୦ ବିଶ୍ଵ କପ୍ ଫାଇନାଲରେ ଦମ ଦେଖାଇବେ ଭାରତୀୟ ଅମ୍ପାୟର, ନାଁ ଘୋଷଣା କଲା ଆଇସିସି

ଦୁବାଇ ୧୨।୧୧: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ଵ କପ୍ର ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ। ଏହି ଗୁରୁତ୍ଵପୂର୍ଣ୍ଣ ମୁକାବିଲା ପାଇଁ ଆଇସିସି ପକ୍ଷରୁ ଅମ୍ପାୟରଙ୍କ ପ୍ୟାନେଲ୍ ଘୋଷଣା କରାଯାଇଛି। ଏହି ମ୍ୟାଚ୍ ପାଇଁ ପଡିଆ ଅମ୍ପାୟର ଭାବେ ଦକ୍ଷିଣ ଆଫ୍ରିକାର ମରାଇସ୍ ଇରାସମସ ଏବଂ ଇଂଲଣ୍ଡର ରିଚାର୍ଡ କେଟଲବର। ସେପଟେ ଭାରତର ଉଦୀୟମାନ ଅମ୍ପାୟର ନୀତିନ ମେନନଙ୍କୁ ଥାର୍ଡ ଅମ୍ପାୟର ଭାବେ ନିଯୁକ୍ତ କରାଯାଇଛି।
ମେନନ ଟିଭି ଅମ୍ପାୟରର ଭୂମିକା ନିଭାଇବେ। ଫାଇନାଲ୍ ମ୍ୟାଚ୍ ଦୁବାଇରେ ଖେଳାଯିବ। ନୀତିନ ପଡିଆରେ ଖେଳ ଉପରେ ତୀକ୍ଷ୍ଣ ନଜର ରଖିବେ ଏବଂ ସଠିକ୍ ନିଷ୍ପତ୍ତି ଦେବେ। ୩୮ ବର୍ଷୀୟ ନୀତିନ ମେନନ ପ୍ରଥମ ଥର କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ ଅମ୍ପାୟରିଂ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଆରମ୍ଭରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ରେ ନିଜର ପାଖାପାଖି ୧୦୦ ପ୍ରତିଶତ ସଠିକ୍ ନିଷ୍ପତ୍ତି କାରଣରୁ ମେନନଙ୍କୁ ପ୍ରଶଂସା ମିଳିବା ସହ ନୂତନ ପରିଚୟ ମିଳିଥିଲା। ଚଳିତ ବିଶ୍ଵ କପ୍ରେ ମଧ୍ୟ ସେ ପ୍ରଭାବଶାଳୀ ଅମ୍ପାୟରିଂ କରିଥିଲେ। ଯାହାକୁ ଦୃଷ୍ଟିରେ ରଖି ଆଇସିସି ଫାଇନାଲ୍ ମ୍ୟାଚ୍ ପାଇଁ ତାଙ୍କୁ ତୃତୀୟ ଅମ୍ପାୟର ଭାବେ ନିଯୁକ୍ତ କରିଛି।
ଏହି ତିନି ଜଣଙ୍କ ବ୍ୟତୀତ ଶ୍ରୀଲଙ୍କାର ଅନୁଭବୀ ଅମ୍ପାୟର କୁମାର ଧର୍ମସେନାଙ୍କୁ ଚତୁର୍ଥ ଅମ୍ପାୟରର ଦାୟିତ୍ଵ ଦିଆଯାଇଥିବା ବେଳେ ଶ୍ରୀଲଙ୍କାର ରଞ୍ଜନ ମଦୁଗଲେଙ୍କୁ ଏହି ଗୁରୁତ୍ଵପୂର୍ଣ୍ଣା ମୁକାବିଲାର ମ୍ୟାଚ୍ ରେଫରୀ ଦାୟିତ୍ଵ ଦିଆଯାଇଛି। ପ୍ରଥମ ଥର ଦୁନିଆକୁ ଟି-୨୦ ବିଶ୍ଵ କପ୍ରେ ନୂତନ ଚାମ୍ପିଅନ ମିଳିବାକୁ ଯାଉଛି।

Get real time updates directly on you device, subscribe now.