fbpx

ଯୁଦ୍ଧ ପାଇଁ ତାଇବାନ ପାଖରେ ଅଛି ଏହି ସବୁ ଅସ୍ତ୍ର: ଡ୍ରାଗନକୁ ହରାଇବା ପାଇଁ ସଜାଉଛି ହତିଆର

ନୂଆଦିଲ୍ଲୀ: ଚୀନ ଏବଂ ତାଲିବାନ ମଧ୍ୟରେ ଅଧିକାଂଶ ସମୟରେ ତିକ୍ତତା ଲାଗି ରହିଥାଏ । ଲଗାତାର ଧମକ ପରେ ମଧ୍ୟ ଆମେରିକା ପ୍ରତିନିଧି ନେନ୍ସି ପେଲୋସୀଙ୍କ ତାଇବାନ ଯାତ୍ରାକୁ ସହଜରେ ହଜମ କରି ପାରିନି ଡ୍ରାଗନ । ତେେଣେୁ ଲଗାତାର ଧମକ ଦେବାରେ ଲାଗିଛି ଚୀନ । ତେଣଶୁ ଏହି ପରିସ୍ଥିତିରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଘାରିଛି । ଯଦି ରାଗରେ ଚୀନ ଆକ୍ରମଣ କରିଦିଏ, ତେବେ ଏହାକୁ କେମିତି ସାମନା କରିବ ତାଇବାନ ?

ତେବେ ଏହାର ଉତ୍ତର ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ କରି ଦେଇପାରେ । ଚୀନ ତୁଳନାରେ ତାଇବାନ ଏକ ବହୁତ ଛୋଟ ଦେଶ । ତେଣୁ ଯୁଦ୍ଧ ହେଲେ ଚୀନ ଏଥିରେ ସହଜରେ ବିଜୟ ହାସଲ କରି ନେବ ବୋଲି ସମସ୍ତେ ଚିନ୍ତା କରୁଥିବେ । କିନ୍ତୁ ଛୋଟ ଦେଶେ ହେଲେ ବି ତାଇବାନ ମଧ୍ୟ ଶକ୍ତିରେ ଚୀନଠୁ କିଛି କମ୍ ନାହିଁ । ନିଜ ପାଖରେ ଅନେକ ବଡ ବଡ ହତିଆର ସାଇତି ରଖିଛି ତାଇବାନ । ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ଯୁଦ୍ଧ କରିବା ପାଇଁ ଯଥେଷ୍ଟ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିଛି ଏହି ଛୋଟ ଦେଶ । ଏହାବ୍ୟତୀତ ତାଇବାନକୁ ଆମେରିକାର ସପୋର୍ଟ ମଧ୍ୟ ରହିଛି । ତେଣୁ ଚୀନକୁ ସାମନା କରିବା ତାଇବାନ ପାଇଁ ବିଶେଷ ଅୁବିଧା ହେବନି ବୋଲି ଅନୁଭବ ହେଉଛି ।

ତୁଓ ଚିୟାଙ୍ଗ କାର୍ଭେଟ ତାଇବାନୀ ନୌସେନାର ଭୟଙ୍କର ଜାହାଜ:

ଏହି ଜାହାଜ ଚୀନର ନୌସେନା ସହିତ ସ୍ଥଳସେନା ଏବଂ ଜଳବାହିନୀଙ୍କୁ ଟକ୍କର ଦେବା ପାଇଁ ଯଥେଷ୍ଟ । ତେବେ ଏଭଳି ୧୨ଟି ଜାହାଜ ପ୍ରସ୍ତୁତ କରିବା ଯୋଜନାରେ ରହିଥିବା ବେଳେ ଏପର୍ଯ୍ୟନ୍ତ ୨ଟି ଜାହାଜ ପ୍ରସ୍ତୁତ କରିସାରିଛି ।

ଦେଶକୁ ଶକ୍ତିଶାଳୀ କରୁଛି ହିସଙ୍ଗ ଫେଙ୍ଗ ୩ ସୁପରସୋନିକ ମିସାଇଲ:

ତାଇବାନ ନିକଟରେ ହିସଙ୍ଗ ଫେଙ୍ଗ ୩ ସୁପରସୋନିକ ମିସାଇଲ ରହିଛି ଯାହା ଦେଶକୁ ଅଧିକ ଶକ୍ତିଶାଳୀ କରୁଛି । ଏହା ସ୍ଥଳ ଏବଂ ନୌସେନା ଉଭୟ କ୍ଷେତ୍ରକୁ ଆକ୍ରମଣ କରିବାର କ୍ଷମତା ରଖିଥାଏ । ଏହାର ରେଞ୍ଜ ୪୦୦ କିଲୋମିଟର ହୋଇଥିବା ବେଳେ ଏହିଭଳି ୨୫୦ ମସାଇଲ ରଖିଛି ତାଇବାନ ।

ଖତରନାକ ବାଲାଷ୍ଟିକ ମିସାଇଲ ସ୍କାଇ ବୋ ୩:

ଏହାର ବେଗ ୮୩୪୮.୮ କିଲୋମିଟର ପ୍ରତି ଘଣ୍ଟା ରହିଛି । ତେଣୁ ଏତେ କମ୍ ସମୟ ମଧ୍ୟରେ ଶତ୍ରୁ ଏହାଠାରୁ ବଞ୍ଚିବା ପାଇଁ ପ୍ରସ୍ତୁତି କରିପାରିବା ଖୁବ ମୁସ୍କିଲ ହୋଇପଡିବ । ଏହାର ରେଞ୍ଜ ୨୦୦ କିଲୋମିଟର ହୋଇଥିଲେ ବି ଏହାର ବେଗ ଚୀନ ପାଇଁ ଖୁବ ଭୟଙ୍କର ହୋଇପାରେ ।

ଏଫ-୧୬ ଫାଇଟିଙ୍ଗ ଫାଲ୍କନ ଯୁଦ୍ଧ ବିମାନ:

ଆମେରିକା ଦ୍ୱାରା ପ୍ରସ୍ତୁତ ଏଫ-୧୬ ଫାଇଟିଙ୍ଗ ଫାଲ୍କନ ଯୁଦ୍ଧ ବିମାନ ମଧ୍ୟ ରଖିଛି ତାଇବାନ । ଏହି ବିମାନ ଚୀନ ସହ ଆକାଶ ମାର୍ଗରେ ଯୁଦ୍ଧ କରିବା ପାଇଁ ଯଥେଷ୍ଟ ହେବ । ଏହା ସହିତ ଆମେରିକାର ତୃତୀୟ ଜେନେରେସନର ତୋପ ଏମ୧ ଅବରାମ ଟ୍ୟାଙ୍କ ମଧ୍ୟ ମହଜୁଦ ରହିଛି ।

ଏସବୁ ଭୟଙ୍କର ଅସ୍ତ୍ର ବ୍ୟତୀତ ତାଇବାନ ଆହୁରି ଅନେକ ହତିଆରରେ ସୁସଜ୍ଜିତ ହୋଇ ରହିଛି । ତେଣୁ ଚୀନର ଧମକ କିମ୍ବା ଯୁଦ୍ଧ ପାଇଁ ପ୍ରାୟତଃ ପ୍ରସ୍ତୁତ ରହିଛି ତାଇବାନ । ତେବେ ତାଇବାନର ଏହିସବୁ ହତିଆରକୁ ଦୃଷ୍ଟି ଦେଲେ ଜଣାଯାଉଛି ଯେ, ଯୁଦ୍ଧରେ ଚୀନକୁ ଏହି ଛୋଟ ଦେଶ କଡା ଟକ୍କର ଦେବାରେ ପଛଘୁଞ୍ଚ ଦେବନାହିଁ ।

Get real time updates directly on you device, subscribe now.