fbpx

୫ ତାଲିବାନ ୱେବସାଇଟ୍‌ କଳାତାଲିକାଭୁକ୍ତ! ଜାଣନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ତାଲିବାନୀ ଚଳାଇଥିଲେ ୱେବସାଇଟ୍। ଗୋଟିଏ ନୁହେଁ ୫ଟି ସାଇଟ୍‌ ଅପରେଟ୍‌ କରୁଥିଲା ସାରା ବିଶ୍ଵରେ। ଦୁଇଟି ଆଫଗାନୀ ଭାଷା ଓ ଅନ୍ୟ ୩ଟି ଅଲଗା ଭାଷାରେ ଚାଲୁଥିଲା ସାଇଟ୍‌। ତେବେ ସେସବୁକୁ ଇଣ୍ଟରନେଟ୍ କଳା ତାଲିକାଭୁକ୍ତ କରିଥିବା କୁହାଯାଉଛି।

ତାଲିବାନର ଅଫିସିଆଲ୍ ୱେବସାଇଟ୍ ଶୁକ୍ରବାର ବିଳମ୍ବିତ ରାତିରେ ଇଣ୍ଟରନେଟରୁ ଅଦୃଶ୍ୟ ହୋଇଯାଇଛି। ତେବେ ନିଜେ ତାଲିବାନୀ କୌଣସି ଚାଲ୍‌ ଚଳାଇଛନ୍ତି ନା କିଛି ଯାନ୍ତ୍ରିକ ତ୍ରୁଟି ନା ଇଣ୍ଟରନେଟ୍‌ ସଞ୍ଚାଳନ କରୁଥିବା ସିଷ୍ଟମ୍‌ ଏହାକୁ ବନ୍ଦ କରିଛି ସେନେଇ ବିଧିବଦ୍ଧ କିଛି ଜଣାପଡ଼ିନି। ତେବେ ଏ ସମ୍ପର୍କରେ ୱାଂଶିଟନ୍‌ ପୋଷ୍ଟରେ ସବିଶେଷ ରିପୋର୍ଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାଶ୍‌ତୋ ଦାରି, ଆରବୀ, ଉର୍ଦ୍ଦୁ ଏବଂ ଇଂରାଜୀ ଭାଷାରେ ତାଲିବାନୀ ୱେବସାଇଟ୍ ପରିଚାଳନା କରୁଥିଲେ। ସମ୍ପ୍ରତି ସମସ୍ତ ୫ ୱେବ୍‌ସାଇଟ୍‌ ଅଚଳ ହୋଇଯାଇଛି।

 

Get real time updates directly on you device, subscribe now.