fbpx

ସାଙ୍ଗ ସହ ଭିଡିଓ କଲରେ ଚାଲିଥିଲା କଥା: ଅଚାନକ୍ ଫ୍ୟାନରେ ଝୁଲିପଡ଼ିଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ନିକଟରେ ଅନେକ କଳାକାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ନିକଟରେ ଜଣେ କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କର ସର୍ଜରୀ ସମୟରେ ମୃତ୍ୟୁ ହୋଇଥିଲା । ଏବେ ଖବର ମିଳିଛି କି ଆଉ ଜଣେ ସାଉଥ ଇଣ୍ଡିଆନ୍ ସିନେମା ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଛି । କେରଳର ଏର୍ନାକୁଲମ ଜିଲ୍ଲାର କୋଚ୍ଚି ଅଞ୍ଚଳରେ ରହୁଥିବା ଟ୍ରାନ୍ସୱିମ୍ୟାନ୍ ମଡେଲ ମୃତଦେହ ଭଡ଼ାଘରୁ ଉଦ୍ଧାର ହୋଇଛି ।

Trans woman found dead in apartment in Kochi, trans woman model,  transgender death in Kochi, latest news, Kerala news

ରିପୋର୍ଟ ଅନୁସାରେ, ମାଲାୟାଲମ୍ ଅଭିନେତ୍ରୀ ଶେରିନ୍ ସେଲିନ୍ ମୈଥ୍ୟୁ ତାଙ୍କ ସାଙ୍କ ସହ ଏକ ଭିଡିଓ କଲରେ କଥା ହେଉଥିଲେ । ୨୬ ବର୍ଷୀୟା ଅଭିନେତ୍ରୀ ଯେଉଁ ବ୍ୟକ୍ତିଙ୍କ ସହ ଭିଡିଓ ଚାଟ୍ କରୁଥିଲେ, ସେହି ବ୍ୟକ୍ତିଜଣକ ପୋଲିସଙ୍କୁ ଶେରିନଙ୍କ ଏପରି କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ । କିନ୍ତୁ ଅଭିନେତ୍ରୀଙ୍କୁ ପୋଲିସ ଅଧିକାରୀମାନେ ବଞ୍ଚାଇ ପାରିନଥିଲେ, କାରଣ ସେ ଘରେ ପହଞ୍ଚିବା ବେଳକୁ ଶେରିନ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିସାରିଥିଲେ ।

Trans model-actress Sherin Celin Mathew found dead in an apartment in Kochi  | Malayalam Movie News - Times of India

ଶେରିନଙ୍କ ମୃତ୍ୟୁ ପରେ ପୋଲିସ ଅଧିକାରୀମାନେ ତାଙ୍କ ସମ୍ପର୍କୀୟଙ୍କୁ କହିଛନ୍ତି ଯେ, ଅଭିନେତ୍ରୀ ଜଣକ ଡିପ୍ରେସନର ଶିକାର ଥିଲେ । ସେ ଗତ କିଛି ଦିନ ହେବ ବହୁତ ଉଦାସ ଅନୁଭବ କରୁଥିଲେ । ଏହି ଘଟଣାରେ ଶେରିନଙ୍କ ଘନିଷ୍ଠ ବନ୍ଧୁଙ୍କ ବୟାନ୍ ରେକର୍ଡ କରିଛି ପୋଲିସ । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅଭିନେତ୍ରୀଙ୍କ ମୃତଶରୀରକୁ କଲାମାସେରି ମେଡିକାଲ କଲେଜକୁ ଟ୍ରାନ୍ସଫର କରାଯିବ ।

Sherin Selin Dies :वीडियो कॉल पर बात करते-करते अचानक,एक्ट्रेस ने कर लिया  सुसाइड - khabri.live

ତେବେ ଶେରିନ୍ କିଛି ମାଲାୟାଲମ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ମଡେଲିଂ ଦୁନିଆରେ ବେଶ୍ ସକ୍ରିୟ ଥିଲେ । କୋଚ୍ଚିରେ ଗତ ଏକ ବର୍ଷ ମଧ୍ୟରେ ଟ୍ରାନ୍ସଜେଣ୍ଡରଙ୍କ ଦ୍ୱାରା ଆତ୍ମହତ୍ୟାର ଏହା ହେଉଛି ୫ମ ମାମଲା । ପୂର୍ବରୁ ଡିପ୍ରେସନର ଶିକାର ହୋଇ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ ।

Get real time updates directly on you device, subscribe now.