fbpx

ଇସ୍ତଫା ଦେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ, ଭାଙ୍ଗିଲା ବିଧାନସଭା

ନୂଆଦିଲ୍ଲୀ,୩ ।୫: ତାମିଲନାଡୁରେ ଏଆଇଏଡିଏମକେ ମେଣ୍ଟର ପରାଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେ. ପଲାନିସ୍ୱାମୀ । ସେ ଆଜି ନିଜର ଇସ୍ତଫାପତ୍ର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ପ୍ରଦାନ କରିଛନ୍ତି ।

ରାଜଭବନ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ତାମିଲନାଡୁର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀଙ୍କ ଇସ୍ତଫାପତ୍ରକୁ ମେ’ ୩ ତାରିଖ ଅପରାହ୍ନରେ ଗ୍ରହଣ କରିଛନ୍ତି । ଏହା ସହ ରାଜ୍ୟପାଳ ତାମିଲନାଡୁର ୧୫ମ ବିଧାନସଭାକୁ ଭଙ୍ଗ କରିଛନ୍ତି ।

ତେବେ୨୩୪ ବିଧାନସଭା ଆସନ ବିଶିଷ୍ଟ ତାମିଲନାଡୁରେ ଡିଏମକେ ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଡିଏମକେ ମେଣ୍ଟ ୧୫୬ ଆସନରେ ବିଜୟୀ ହୋଇଥିବା ବେଳେ ଏଆଇଏଡିଏମକେ ମେଣ୍ଟକୁ ମିଳିଛି ମାତ୍ର ୭୪ ଆସନ । ଅନ୍ୟାନ୍ୟ ୪ଟି ସିଟରେ ବିଜୟୀ ହୋଇଛନ୍ତି । ଖୁବଶୀଘ୍ର ତାମିଲନାଡୁରେ ନୂଆ ସରକାର ଶପଥ ନେବ । ଡିଏମକେ ମୁଖ୍ୟ ଏମ୍‌. କେ. ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଜଣାପଡିଛି ।

Get real time updates directly on you device, subscribe now.