fbpx

ଇନୋଭାକୁ ଧକ୍କା ଦେଲା ଡିଜେଲ ଟ୍ୟାଙ୍କର: ୭ ମୃତ

ମଥୁରା, ୨୪ା୨: ଉତ୍ତରପ୍ରଦେଶର ମଥୁରରେ ଯମୁନା ଏକ୍ସପ୍ରେସ ୱେରେ ଏକ ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏକ ଡିଜେଲ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଏକ ଇନୋଭା କାରକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ସମସ୍ତ ମୃତକ ହରିୟାଣାର ବାସିନ୍ଦା ବୋଲି ଜଣାପଡ଼ିଛି । ପୋଲିସ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି ।

ଗତକାଲି ବିଳମ୍ବିତ ରାତ୍ରିରେ ନୌହଝିଲ ଥାନା ଅଞ୍ଚଳରେ ଇନୋଭାକୁ ଟ୍ୟାଙ୍କର ଧକ୍କା ଦେବା ଫଳରେ ଇନୋଭାରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ସୂଚନାଯୋଗ୍ୟ ଯେ, ଡିଜେଲ ଟ୍ୟାଙ୍କରଟି ଆଗ୍ରରୁ ତେଲ ନେଇ ଆସୁଥିଲା । ହଠାତ୍ ନିୟନ୍ତ୍ରଣ ହରାଇବାରୁ ଟ୍ୟାଙ୍କରଟି ଡିଭାଇଡର ଭାଙ୍ଗି ରାସ୍ତାର ଅନ୍ୟ ପାଶ୍ୱର୍ରେ ନୋଏଡ଼ାରୁ ଆସୁଥିବା ଇନୋଭାକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇନୋଭା ବହୁ ଦୂର ପର୍ଯ୍ୟନ୍ତ ଛିଟିକି ପଡ଼ିଥିଲା ।

Get real time updates directly on you device, subscribe now.