fbpx

କରୋନାରୁ ରକ୍ଷା ପାଇବା ପାଇଁ କରାଯାଉଛି ତାନ୍ତ୍ରିକ ପୂଜା, ଦିଆଯାଉଛି ବଳି

ପାଟନା, ୧୫ା୫: କରୋନା ବର୍ତ୍ତମାନ ସମୟରେ ଆମ ସମାଜ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ କୋଭିଡ କଟକଣା ମାନିବା ସହ ଭ୍ୟାକ୍ସିନ ଉପରେ ଗୁରୁତ୍ୱ ଦେଉଛନ୍ତି । ଅନେକ ସ୍ଥାନରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପୂଜାପାଠ କରିବା ସହ ପଶୁ ବଳି ଦେଉଥିବା ଖବର ସାମନାକୁ ଆସିଛି ।

ସୂଚନା ଅନୁଯାୟୀ, ବିହାରର ଗୟାର କାଲିବାଡ଼ି ମନ୍ଦିରରେ କରୋନାରୁ ମୁକ୍ତି ପାଇଁ ତାନ୍ତ୍ରିକ ପୂଜାର ଆୟୋଜନ କରାଯାଇଥିଲା । ଏକ ଛେଳିର ମଥାରେ କର୍ପୁର ରଖି ଘଣ୍ଟା ଘଣ୍ଟା ପୂଜାର୍ଚ୍ଚାନା କରାଯିବା ପରେ ତାକୁ ବଳି ଦିଆଯାଇଥିଲା । ଏହି ପୂଜାରେ ସାମିଲ ହୋଇଥିବା ଶହ ଶହ ଭକ୍ତମାନେ ବିଶ୍ୱରୁ କରୋନା ଭାଇରସର ସମାପ୍ତ ନେଇ ପ୍ରାର୍ଥନା କରିଥିଲେ ।

Get real time updates directly on you device, subscribe now.