fbpx

ତପସ୍ୱିନୀଙ୍କୁ ମିଳିଲା ନ୍ୟାୟ: ସୁମିତଙ୍କ ସହ ଏକାଠି ରହିବା ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶ୍ୱଶୁର ଘର ସାମ୍ନାରେ ଆନ୍ଦୋଳନରେ ବସିଥିବା ତପସ୍ୱିନୀ ଦାସ ଓରଫ ଡିମ୍ପଲଙ୍କୁ ଶେଷରେ ନ୍ୟାୟ ମିଳିଛି । ଡିମ୍ପଲଙ୍କ ଆନ୍ଦୋଳନ ୧୨ ତମ ଦିନରେ ପହଞ୍ଚିଥିବା ବେଳେ ଉଭୟ ପତି ପତ୍ନୀଙ୍କୁ ଏକତ୍ର ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ୭ ଦିନ ପାଇଁ ଉଭୟ ଏକ ଭଡାଘରେ ଏକତ୍ର ରହିବେ ବୋଲି କୋର୍ଟ କହିଛନ୍ତି ।

ଆସ୍କା ଥାନା ଆଇଆଇସିଙ୍କୁ ଭଡାଘର ଠିକ୍ କରିବା ଦାୟିତ୍ୱ ପ୍ରଦାନ କରିଛନ୍ତି କୋର୍ଟ । ଏହା ସହିତ ଆଇଆଇସି ଉଭୟଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି କୋର୍ଟ କହିଛନ୍ତି । ଉକ୍ତ ୭ ଦିନ ମଧ୍ୟରେ ଉଭୟ କାହା ସହିତ ବି ଦେଖା ସାକ୍ଷାତ କରି ପାରିବେ ନାହିଁ । ଏହା ସହିତ ମିଡିଆକୁ ମଧ୍ୟ ସାକ୍ଷାତକାର ପ୍ରଦାନ କରିବେ ନାହିଁ । ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ କୋର୍ଟ ଉଭୟଙ୍କ କାଉନସେଲିଂ କରିଥିଲେ । ଏହାପରେ କୋର୍ଟ ନିଜ ନିଷ୍ପତ୍ତି ଶୁଣାଇଥିବା ବେଳେ ଶେଷରେ ତପସ୍ୱିନୀଙ୍କୁ ନ୍ୟାୟ ମିଳିଛି ।

Get real time updates directly on you device, subscribe now.