fbpx

‘ହସିନ ଦିଲରୁବା’ରେ ଅନ୍ତରଙ୍ଗ ମୁହୂର୍ତ୍ତ ସୁଟିଂ ନେଇ ତାପସୀଙ୍କ ଖୁଲାସା, କହିଲେ ସୁଟିଂ ସମୟରେ ଏମିତି ଥିଲା ସାଥୀ କଳାକାରଙ୍କ ଅବସ୍ଥା

ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଆଗାମୀ ଚଳଚ୍ଚିତ୍ର “ହସିନ୍ ଦିଲରୁବା’ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ତେବେ ଏହି ଫିଲ୍ମର ଏକ ଟ୍ରେଲର ରିଲିଜ ହୋଇଛି, ଫିଲ୍ମରେ ଦର୍ଶକଙ୍କୁ ସସପେନ୍ସ-ଥ୍ରୀଲର  ଏବଂ ରୋମାନ୍ସ ଦେଖିବାକୁ ମିଳିବ । ତାପସୀଙ୍କ ସହ ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତ ମେସ୍ସି ଏବଂ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଏକ ସାକ୍ଷାତକାରରେ ତାପସୀ ଫିଲ୍ମ ବିଷୟରେ ଏକ ଖୁଲାସା କରିଛନ୍ତି  । ସେ କହିଛନ୍ତି ବିକ୍ରାନ୍ତ ସିଂ ଏବଂ ହର୍ଷବର୍ଦ୍ଧନ ରାଣେ ତାଙ୍କ ସହ ଅନ୍ତରଙ୍ଗ ସିନ୍ କରିବାକୁ ଡରୁଥିଲେ । ସେ କହିଥିଲେ ହୁଏତ ସେମାନେ ମୋର ଇମେଜ୍ ଯୋଗୁଁ କିମ୍ବା ଅନ୍ୟ କୌଣସି ସମସ୍ୟା ହେତୁ କରିବାକୁ ଭୟଭୀତ ହେଉଥିଲେ । ସେ ଆହୁରି କହିଛନ୍ତି ମୁଁ ସେମାନଙ୍କ ପାଇଁ ଏହା ସହଜ କରିଦେଇଥିଲେ କାରଣ ସେମାନେ ବହୁତ ଡରିଯାଇଥିଲେ । ମୁଁ ଭାବିଲି ସେମାନେ ମୋର ଭାବମୂର୍ତ୍ତି ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଡରୁଛନ୍ତି  । ତେଣୁ ମୁଁ ନିର୍ଦ୍ଦେଶକ ଭିନିଲ୍ ମ୍ୟାଥୁଙ୍କୁ କହିଥିଲି ।

ସୂଚନାଯୋଗ୍ୟ ଜୁଲାଇ ୨ ତାରିଖରେ ନେଟଫ୍ଲିକ୍ସରେ “ହସିନ ଦିଲରୁବା’ ରିଲିଜ ହେବାକୁ ଯାଉଛି । କନିକା ଢିଲ୍ଲନ ଫିଲ୍ମରେ କହାଣୀ ଲେଖିଥିବାବେଳେ ଭିନିଲ୍ ମ୍ୟାଥ୍ୟୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

Get real time updates directly on you device, subscribe now.