fbpx

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇେଲେ ଟାରଜନ୍ ଅଭିନେତା ଜୋ ଲାରା

ୱାସିଂଟନ୍:  ଟେଲିଭିଜନ୍ ଚଳଚ୍ଚିତ୍ର ‘ଟାର୍ଜନ୍ ଇନ୍ ମାନ୍ହଟନ୍’ରେ ‘ଟାର୍ଜନ୍’ ଭୂମିକାରେ ଅଭିନୟ କରିଥିବା ଜୋ ଲାରାଙ୍କ ନିଧନ ହୋଇଯାଇଥିବା ଖବର ସାମନାକୁ ଆସିିଛି । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି । ଆମେରିକାରେ ଟିନେସୀରେ ଥିବା ଝୀଲ ହ୍ରଦରେ ଗୋଟିଏ ବିମାନ କ୍ରାସ ହୋଇଯାଇଥିଲା । ଆଉ ସେଥିରେ ଥିବା ‘ଟାର୍ଜନ୍’ ଅଭିନେତା ଜୋ ଲାରା ଓ ତାଙ୍କ ପତ୍ନୀ ତଥା ଗୀର୍ଜା ନେତ୍ରୀ ଗ୍ବେନ୍ ଲାରାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହି ମାମଲାର ବର୍ତ୍ତମାନ ଯାଞ୍ଚ କରୁଛି ।

ତେବେ ଟିନେସି ଅନ୍ତର୍ଗତ ସ୍ମାଇର୍ଣ୍ଣାରୁ ଏହି ବିମାନ ଉଡ଼ାଣ ଆରମ୍ଭ କରି ଫ୍ଲୋରିଡାର ପାମ୍ ବେଳଭୂମି ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ଟିନେସୀରେ ଥିବା ଝୀଲ ହ୍ରଦ ଉପରେ କ୍ରାସ ହୋଇ ତଳକୁ ପଡିଯାଇଥିଲା । ରବିବାର ଜାରି ହୋଇଥିବା ଏକ ବିଜ୍ଞପ୍ତି ମାଧ୍ୟମରେ ‘ରଥର୍ଫୋର୍ଡ କାଉଣ୍ଟି ଫାୟାର୍ ରେସ୍କ୍ୟୁ’ କ୍ୟାପ୍ଟେନ୍ ଜୋସୁଆ ସାଣ୍ଡର୍ସ କହିଛନ୍ତି ଯେ, ବିମାନର ଭଗ୍ନାଂଶ ପଡ଼ିଥିବା ହ୍ରଦର ଅଧମାଇଲ୍ ପରିବ୍ୟାପ୍ତ ଅଞ୍ଚଳରେ ଉଦ୍ଧାର ଅଭିଯାନ ନିବଦ୍ଧ କରାଯାଇଥିଲା । କିନ୍ତୁ, ଏବେ ଆଉ କୌଣସି ବିମାନଯାତ୍ରୀ ଜୀବନ୍ତ ଥିବା ମନେ ହେଉ ନାହିଁ ।

ସୂଚନାଯୋଗ୍ୟ, ୧୯୮୯ରେ ଲାରା ଟେଲିଭିଜନ୍ ଚଳଚ୍ଚିତ୍ର ‘ଟାର୍ଜନ୍ ଇନ୍ ମାନ୍ହଟନ୍’ରେ ‘ଟାର୍ଜନ୍’ ଭୂମିକାରେ ଅଭିନୟ କରିଥିଲେ । ପରେ ସେ ୧୯୯୬ରୁ ୧୯୯୭ ପର୍ୟ୍ୟନ୍ତ ପ୍ରସାରିତ ଟେଲିଭିଜନ୍ ସିରିଜ୍ ‘ଟାର୍ଜନ୍: ଦି ଏପିକ୍ ଆଡ୍ଭେଞ୍ଚର୍ସ’ରେ ମଧ୍ୟ ଅଭିନୟ କରିଥିଲେ । ୨୦୧୮ରେ ସେ ଗ୍ବେନ୍ ଶାମ୍ବଲିନ୍ ଲାରାଙ୍କୁ ବିବାହ କରିଥିଲେ ।

 

Get real time updates directly on you device, subscribe now.