ଲୋକଙ୍କ ଭିତରେ ଥିଲା ଅସନ୍ତୋଷ, ଯାହା ବିସ୍ଫୋରଣ ହୋଇଛି…
ନିଜ ଲେଖାରେ ତସଲିମା ନସରିନ୍ ବେଙ୍ଗଲର ଐତିହାସିକ ଓ ସାଂସ୍କୃତିକ ଐତିହ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି
କୋଲକାତା: ତୃଣମୂଣ କଂଗ୍ରେସ(ଟିଏମ୍) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ବିଜେପି ଦେଇଛି ଅସମ୍ଭାଳ ଯନ୍ତ୍ରଣା। ସେହି ଯନ୍ତ୍ରଣାରୁ ଉପଷମ ମିଳିନି। କିନ୍ତୁ ସେହି କଟା ଘା’ରେ ଚୂପ ମାରିଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନସରିନ୍। ସେ କଡ଼ା ଭାଷାରେ ମମତା ଓ ତାଙ୍କ ସରକାରଙ୍କୁ ସମାଲୋଚନା କରିଛନ୍ତି।
ମମତାଙ୍କ ପରାଜୟକୁ ନେଇ ତସଲିମା ନସରିନ ଲେଖିଛନ୍ତି, ଲୋକଙ୍କ ଭିତରେ ଦୀର୍ଘ ଦିନ ଧରି ଥିଲା ଅସନ୍ତୋଷ। ସେହି ଅସନ୍ତୋଷ ବିସ୍ଫୋରକ ରୂପ ଧାରଣ କରିଥିଲା। ଯାହା ଆଜି ବିସ୍ଫୋରଣ କରିଛି। ଆଉ ସେହି ବିସ୍ଫୋରଣରେ ଧୂଳିସାତ ହୋଇଯାଇଛି ଟିମ୍ସି। ଆଜିର ଫଳାଫଳ ଦର୍ଶାଉଛି, ଲୋକେ ବିଜେପିକୁ ଶାସନକୁ ଆଣିବା ପାଇଁ ଭୋଟ ଦେଇନାହାନ୍ତି। ଟିଏମ୍ସିକୁ ଶାସନ ଗାଦିରୁ ବିଦା କରିବା ପାଇଁ ଭୋଟ ଦେଇଛନ୍ତି ବୋଲି ଲେଖିଛନ୍ତି ତସଲିମା।
ଟିଏମ୍ସି କେବେ ପରିବର୍ତ୍ତନର ପ୍ରତୀକ ଥିଲା। ତସଲିମା ନସରିନ୍ ନିଜ ଲେଖାରେ ଅଭିଯୋଗ କରିଛନ୍ତି ଯେ, ଦଳ କେବେ ପରିବର୍ତ୍ତନର ପ୍ରତୀକ ଥିଲା। ତାହା ସମୟ ସହିତ ଦୁର୍ନୀତି, କ୍ଷମତାର ଅହଙ୍କାର ଓ ପକ୍ଷପାତମୂଳକ ରାଜନୀତିର ପରିଚୟ ପାଲଟିଗଲା।
ସେ ଆହୁରି ଲେଖିଛନ୍ତି, ତୃଣମୂଳ ସରକାରଙ୍କ ଉପରେ ଦୀର୍ଘ ସମୟ ଧରି ମୁସଲିମ ତୁଷ୍ଟୀକରଣ, ପ୍ରଶାସନ ଓ ପୋଲିସର ରାଜନୈତିକ ବ୍ୟବହାର, ଶିକ୍ଷକ ନିଯୁକ୍ତି ଦୁର୍ନୀତି, କଟ୍ ମନି ସଂସ୍କୃତି ଓ ସ୍ଥାନୀୟ ନେତାଙ୍କର ହଠାତ ବଢ଼ିଥିବା ସମ୍ପତ୍ତି ଭଳି ଅଭିଯୋଗ ଲାଗିରହିଛି। ସରକାରୀ କର୍ମଚାରୀଙ୍କ ମଧ୍ୟରେ ଡିଏ ଆନ୍ଦୋଳନ, ଚାକିରିକୁ ନେଇ ଅସନ୍ତୋଷ ଓ ପ୍ରଶାସନଠାରୁ ବଢ଼ୁଥିବା ଦୂରତା ମଧ୍ୟ ଶିକ୍ଷିତ ମଧ୍ୟବିତ୍ତ ବର୍ଗଙ୍କୁ ତୃଣମୂଳ କଂଗ୍ରେସଠାରୁ ଦୂରେଇ ଦେଇଛି। ମମତା ଶାସନ କାଳରେ କୌଣସି ମାମଲାରେ ନ୍ୟାୟ ମିଳିନି। କିନ୍ତୁ ବୁଥ କ୍ୟାପଚରିଂ. ବିପକ୍ଷ କର୍ମକର୍ତ୍ତାଙ୍କୁ ଆକ୍ରମଣ, ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ନିର୍ବାଚନରେ ଯାହାକୁ ବିରୋଧୀ ବଡ଼ ମୁର୍ଦ୍ଦା କରିଥିଲେ ବୋଲି ତସଲିମା ନସରିନ୍ ଲେଖିଛନ୍ତି।
ନିଜ ଲେଖାରେ ତସଲିମା ନସରିନ୍ ବେଙ୍ଗଲର ଐତିହାସିକ ଓ ସାଂସ୍କୃତିକ ଐତିହ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ବେଙ୍ଗଲ କେବଳ ଏକ ଭୂଭାଗ ନୁହେଁ। ବରଂ ନବଜାଗରଣ, ସ୍ୱତନ୍ତ୍ର ଚିନ୍ତାଧାରା ଓ ମାନବବାଦର ଭୂମି ରହିଆସିଛି। ରାଜା ରାମମୋହନ ରାୟ, ସ୍ୱାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଟାଗୋର, ସୁଭାଷ ଚନ୍ଦ୍ର ବୋଷ ଓ କାଜି ନଜରୁଲ ଇସଲାମଙ୍କ ଭଳି ବ୍ୟକ୍ତି ରହିଥିଲେ।
ଦୁର୍ବଳ ହୋଇପଡ଼ିଥିବା ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ବିଷୟରେ ସେ ଅଭିଯୋଗ କରିଛନ୍ତି, ଆଜି ବେଙ୍ଗଲର ବଡ଼ ସାଂସ୍କୃତିକ ଓ ବୌଦ୍ଧିକ ବର୍ଗ ସତ୍ତା (ଶାସନ) ନିକଟତର ହେଲାଭଳି ଦେଖାଯାଉଛନ୍ତି। କଳାକାର, ଲେଖକ ଓ ବୁଦ୍ଧିଜୀବୀମାନେ ଏବେ ସ୍ୱତନ୍ତ୍ର ସ୍ୱର ବଦଳରେ ସତ୍ତା-ସମର୍ଥକ ଭାବମୂର୍ତ୍ତିରେ ଦେଖାଯାଉଛନ୍ତି। ଯେତେବେଳେ କଳା ଓ ସାହିତ୍ୟ ସତ୍ତା ତଥା ସୁବିଧା ସୁଯୋଗ ଆଗରେ ମୁଣ୍ଡ ନୂଆଁଇ ଦିଅନ୍ତି, ସେତେବେଳେ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଦୁର୍ବଳ ହୋଇପଡ଼େ ବୋଲି ତସଲିମା ଲେଖିଛନ୍ତି।
