fbpx

ଆଉ ଦୁଇଦିନ ପରେ ଏହି ରାଜ୍ୟମାନଙ୍କରେ ତାଣ୍ଡବ ରଚିବ ‘ତଉକ୍ତେ’: ଘଣ୍ଟା ପ୍ରତି ୧୭୫ କିମି ବେଗରେ ବହିବ ପବନ

ନୂଆଦିଲ୍ଲୀ, ୧୫ା୫ (ଓଡିଶା ଭାସ୍କର): ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’କୁ ନେଇ ଦେଶରେ ମାହୋଲ ଜାରି ରହିଛି । ବର୍ତ୍ତମାନ କେରଳରେ ଭୀଷଣ ବର୍ଷା ଜାରି ରହିଥିବା ବେଳେ ମହାରାଷ୍ଟ୍ର, ଗୋଆ ଓ ଗୁଜୁରାଟକୁ ସତର୍କ କରାଯାଇଛି । ଆସନ୍ତା ୧୭ ତାରିଖରେ ତାଉକ୍ତେ ଗୁଜୁରାଟର ମାଙ୍ଗରୋଲ ନିକଟରେ ଭୂମି ସ୍ପର୍ଶ କରିବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବରେ ବର୍ଷା ସହ ଘଣ୍ଟା ପ୍ରତି ୧୭୫ କିମି ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି । ତେଣୁ ପ୍ରଶାସନ ପକ୍ଷରୁ ମାଙ୍ଗରୋଲ, ବେରାବଲ, ପୋରବନ୍ଦର, କଛ, ଦ୍ୱାରିକା ଆଦି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ଆଲର୍ଟ ଜାରି କରିଦିଆଯାଇଛି ।

ଏହି ଘୂର୍ଣ୍ଣିବଳୟ ପାଇଁ ସମୁଦ୍ର ମଧ୍ୟକୁ ମାଛ ଧରାଳିଙ୍କୁ ଯିବାକୁ ବାରଣ କରାଯାଇଛି । ପୋରବନ୍ଦରରେ କୋଷ୍ଟ ଗାର୍ଡ ହେଲିକପ୍ଟର ଦ୍ୱାରା ସାଇରନ ମାଧ୍ୟମରେ ଲୋକଙ୍କୁ ଚେତାବନୀ ଦିଆଯାଇଛି । ଗୁଜୁରାଟ ବ୍ୟତୀତ ମହାରାଷ୍ଟ୍ରରେ ମଧ୍ୟ ତୁଫାନକୁ ନେଇ ପୂର୍ବ ପ୍ରସ୍ତୁତି କରାଯାଇଛି । ବିଭାଗୀୟ ଚେତାବନୀ ପରେ ରାଜ୍ୟ ଏନଡିଆରଏଫକୁ ଆଲର୍ଟ କରି ଦିଆଯାଇଛି । ଏହା ସହିତ ଏନଡିଆରଏଫର ଏକ ଟିମକୁ ଗୋଆ ପଠାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.