fbpx

୨୦୨୨ ଜାନୁୟାରୀ-ଅଗଷ୍ଟ ରିପୋର୍ଟ: ଚାହା ରପ୍ତାନି ୧୪.୮ ପ୍ରତିଶତ ବୃଦ୍ଧି

କୋଲକାତା :ଚା ବୋର୍ଡ ତଥ୍ୟ ଅନୁଯାୟୀ ୨୦୨୨ କ୍ୟାଲେଣ୍ଡର ବର୍ଷର ପ୍ରଥମ ଆଠ ମାସରେ ଭାରତରୁ ଚା ରପ୍ତାନି ୧୪.୮ ପ୍ରତିଶତ ବୃଦ୍ଧି ହୋଇ ୧୪୦.୨୮ ନିୟୁତ କିଲୋଗ୍ରାମରେ ପହଞ୍ଚିଛି।

୨୦୨୧ରେ ଜାନୁୟାରୀ-ଅଗଷ୍ଟ ଅବଧିରେ ଚା ଆମଦାନୀ ୧୨୨.୧୮ନିୟୁତ କିଲୋଗ୍ରାମ (mkgs) ରେ ରହିଥିଲା ​​। ଭାରତରୁ ଚାହା ଆମଦାନୀରେ ରୁଷ, ୟୁକ୍ରେନ ଏବଂ କାଜାଖସ୍ତାନ ସବୁଠାରୁ ଶୀର୍ଷରେ ରହିଛି ​। ପ୍ରଥମ ଆଠ ମାସରେ୩୦.୫୬ ନିୟୁତ କିଲୋ ଚାହା ଭାରତ ଆମଦାନୀ କରିଥିବା ସୂଚନା ରହିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ପରିବହନ ଏବଂ କଣ୍ଟେନର ଖର୍ଚ୍ଚ ହେତୁ ଚା ରପ୍ତାନିରେ ବିଶେଷ ବୃଦ୍ଧି ହୋଇପାରି ନାହିଁ।ଆମେରିକା ଦ୍ୱାରା ଇରାନ ଉପରେ ଲାଗୁ ହୋଇଥିବା ଅର୍ଥନୈତିକ ପ୍ରତିବନ୍ଧକ ଯୋଗୁଁ ପଶ୍ଚିମ ଏସିଆ ଦେଶକୁ ଚା ପଠାଇବା ମଧ୍ୟ ୨୦୨୨ ର ପ୍ରଥମ ଆଠ ମାସରେ ବୃଦ୍ଧି କରିବାରେ ବିଫଳ ହୋଇଥିଲା।

ସୂଚନାମୁତାବକ ଗତ ବର୍ଷ ସଂପୃକ୍ତ ଅବଧିରେ ୧୬.୦୬ନିୟୁତ କିଲୋଗ୍ରାମ ତୁଳନାରେ ଜାନୁଆରୀ-ଅଗଷ୍ଟ ଅବଧିରେ ସେହି ଦେଶକୁ ରପ୍ତାନି ୧୬.୪୦ନିୟୁତ କିଲୋଗ୍ରାମ କୁ ବୃଦ୍ଧି ପାଇଛି । ମୂଲ୍ୟ ଦୃଷ୍ଟିରୁ, ୨୦୨୨ କ୍ୟାଲେଣ୍ଡର ବର୍ଷର ପ୍ରଥମ ଆଠ ମାସରେ ଭାରତୀୟ ଚା ରପ୍ତାନି ୩,୮୩୭.୨୮ କୋଟି ଟଙ୍କା ଥିଲା ଯାହା ଗତ ବର୍ଷ ସମାନ ଅବଧିରେ ୩,୩୫୩.୩୫ କୋଟି ଟଙ୍କା ଥିଲା।

Get real time updates directly on you device, subscribe now.