fbpx

ଅନଲାଇନରେ ଲାଇଭ୍ କ୍ଲାସ୍ କରୁଥିବା ବେଳେ ସ୍ତ୍ରୀକୁ ଦେଖି ରୋମାଣ୍ଟିକ୍ ହୋଇଗଲେ ଶିକ୍ଷକ, କଲେ ଏପରି କାମ

କଲୋମ୍ବିଆ, ୩୦ା୪ : କରୋନା ମହାମାରୀ ଆରମ୍ଭ ହେବା ଠାରୁ ଅଧିକାଂଶ ଲୋକ ଘରେ ରହି କାମ କରୁଛନ୍ତି । ଛାତ୍ରଛାତ୍ରୀ ମାନେ ମଧ୍ୟ ଘରେ ରହି ଅନଲାଇନରେ କ୍ଲାସ୍ କରୁଛନ୍ତି । ଏଥିସହ ସାମାଜିକ ଦୁରତା ଅବଲମ୍ବନ କରିବା ପାଇଁ ବିଭିନ୍ନ ନେତା ଠାରୁ ଆରମ୍ଭ କରି ଓକିଲ ମାନେ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଶୁଣାଣି କରୁଛନ୍ତି । ତେବେ ଏହି ମିଟିଂ ସମୟରେ କିଛି ଏପରି ଘଟିଯାଏ ଯାହା ଖୁବ୍ ଲଜ୍ୟାଜନକ ହୋଇପଡେ । ତେବେ ଏଭଳି କିଛି ଘଟଣା ଘଟିଛି କୋଲମ୍ବିଆରେ । ସେଠାରେ ଜଣେ ଶିକ୍ଷକଙ୍କ କାର୍ଯ୍ୟକଳାପ ଭାଇରାଲ ହେଉଛି ଯେଉଁଥିପାଇଁ ସେ ଭୁଲ୍ ମଧ୍ୟ ମାଗିଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, କୋଲମ୍ବିଆର କ୍ୟାଥୋଲିକ୍ ସ୍କୁଲ୍ କରୋନା ମହାମାରୀ ପାଇଁ ବନ୍ଦ ଥିବାରୁ ପିଲା ମାନେ ଜୁମ୍ ଭିଡିଓରେ ଅନଲାଇନ୍ କ୍ଲାସ୍ କରୁଥିଲେ । ସେଥିରେ ଜଣେ ଶିକ୍ଷକ ଅନଲାଇନ୍ କ୍ଲାସ୍ କରୁଥିଲେ । ଆଉ ଯେତେବେଳେ କ୍ଲାସ୍ ସରିଗଲା ତାଙ୍କ ସ୍ତ୍ରୀ ତାଙ୍କ ପାଖକୁ ଚାଲି ଆସିଲେ । ଆଉ ସେତେବେଳେ ଶିକ୍ଷକ ଚାଲିଥିବା ଅନଲାଇନ୍ କ୍ଲାସ୍ କଥା ଭୁଲି ଗଲେ ଏବଂ ସ୍ତ୍ରୀ ସହ ରୋମାନ୍ସ କରିବାରେ ବ୍ୟସ୍ତ୍ ହୋଇଗଲେ । ସେ ଜାଣି ପାରିଲେ ନାହିଁ ଯେ, ସେ ଅନଲାଇନ୍ କ୍ଲାସରେ ଲାଇଭ୍ ଅଛନ୍ତି ।

ଶିକ୍ଷକଙ୍କ ଜଣକ ସମ୍ପୂର୍ଣ୍ଣ ଅସଂଜତ ଅବସ୍ଥାରେ ଥିଲେ । ଏମିତି କିଛି ସମୟ ଗଲା ପରେ ସ୍ତ୍ରୀ ତାଙ୍କ ପାଖରୁ ଚାଲି ଯାଇଥିଲେ । ଆଉ ଠିକ୍ ସେତେବେଳେ ଶିକ୍ଷକଙ୍କ ନଜର ଅନଲାଇନ୍ କ୍ଲାସ୍ ଉପରେ ପଡିଲା । ଆଉ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ତୁରନ୍ତ ଲାଇଭ୍ କ୍ଲାସ୍ କୁ ବନ୍ଦ କରିଦେଲେ । ହେଲେ କିଛି ଲାଭ ହେଲାନି । କାରଣ ସେତିକି ସମୟ ମଧ୍ୟରେ ଭିଡିଓ ଭାଇରାଲ୍ ହୋଇଯାଇଥିଲା । ଏହାପରେ ଶିକ୍ଷକଙ୍କୁ ତାଙ୍କ ଭୁଲ୍ ମାନି ସମସ୍ତଙ୍କୁ କ୍ଷମା ମାଗିଥିଲେ । ସେ କହିଲେ ଯେ, ନିଶ୍ଚିତ ଭାବରେ ଏହା ହେଉଛି ମୋ ଭୁଲ୍ । କାରଣ ମୁଁ ଜାଣିପାରିଲିନି ଯେ କ୍ୟାମେରା ଚାଲିଛି ବୋଲି । ମୁଁ ଏହାକୁ ଜାଣି ଶୁଣି କରିନଥିଲି । ତେବେ ଉକ୍ତ ସ୍କୁଲର ପ୍ରିନ୍ସପାଲ୍ ଏହି ଘଟଣାର ଯାଞ୍ଚ କରୁଛନ୍ତି ।

Get real time updates directly on you device, subscribe now.