fbpx

ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରି ସ୍କୁଲ ଶିକ୍ଷକ ଗିରଫ

ଜୟପୁର: ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଆଉ ଏହିଭଳି କାଣ୍ଡ ଘଟାଇଛନ୍ତି ପୀଡ଼ିତାଙ୍କ ସ୍କୁଲର ଶିକ୍ଷକ । ଅଭିଯୁକ୍ତ ଶିକ୍ଷକଙ୍କୁ ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ୍ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କରଉଲି ଜିଲ୍ଲାରେ ।

ପୋଲିସ୍ ଅନୁଯାୟୀ, ୧୧ ବର୍ଷର ପୀଡ଼ିତା ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । ମଙ୍ଗଳବାର ଦିନ ସେ ସ୍କୁଲକୁ ଯାଇ ଆଉ ଫେରିନଥିଲେ । ଏହାପରେ ପୀଡ଼ିତାଙ୍କ ମାଆ ସ୍କୁଲକୁ ଯାଇ ଖୋଜାଖୋଜି କରିଥିଲେ । ଏହି ସମୟରେ ସେ ଗୋଟିଏ ରୁମ୍ କୁ କେହି ଜଣେ କାନ୍ଦିବାର ପାଟି ଶୁଣିଥିଲେ । ରୁମ୍ ଟି ଭିତର ପଟରୁ ବନ୍ଦ ଥିଲା । ଜୋରରେ ଧକ୍କା ଦେଇ ରୁମ୍ ଖୋଲିବାରୁ ଭିତରେ ପୀଡ଼ିତାଙ୍କ ସହିତ ଅଭିଯୁକ୍ତ ଶିକ୍ଷକ ଥିଲେ । ପୀଡ଼ିତାଙ୍କ ମାଆଙ୍କୁ ଧକ୍କା ଦେଇ ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇଥିଲେ ।

ଏହାପରେ ପୀଡ଼ିତା ଜଣକ ଘଟଣା ସମ୍ପର୍କରେ ପୋଲିସ୍ ପାଖରେ ଜଣାଇ ଏଫଆଇଆର୍ ଦେଇଥିଲେ । ଖୋଜାଖୋଜି ପରେ ଗୁରୁବାର ଦିନ ଅଭିଯୁକ୍ତ ପୋଲିସ୍ ହାତରେ ଧରାପଡ଼ିଥିଲା । ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜସ୍ଥାନରେ ଗତ ତିନି ମାସ ଭିତରେ ୪ଟି ମାମଲା ଦାୟର୍ ହୋଇଛି । ଯେଉଁଥିରେ ଝିଅ ମାନେ ସେମାନଙ୍କ ସ୍କୁଲରେ ଧର୍ଷଣ ଓ ଶୋଷଣର ଶିକାର ହୋଇଛନ୍ତି ।

 

Get real time updates directly on you device, subscribe now.