fbpx

ପିଲାଙ୍କ ଦାୟିତ୍ୱ ନେବେ ଅଧ୍ୟାପକ, ଜାଣନ୍ତୁ ଏନେଇ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ୟୁଜି/ପିଜି ପରୀକ୍ଷା ନେଇ ଆଜି ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏଥିପାଇଁ ସେ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କରିଛନ୍ତି । ବୈଠକ ସରିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଅନଲାଇନ ପରୀକ୍ଷା କିପରି ଶୃଙ୍ଖଳିତ ହେବ ସେନେଇ ବୈଠକରେ ଆଲୋଚନା ହୋଇଛି । ଚଳିତ ଥର ମେଣ୍ଟରିଂ ସିଷ୍ଟମ ଲାଗୁ ହେବ । ପିଲାମାନେ କିଭଳି ପରୀକ୍ଷା ଦେବେ ତାହାର ଅଧ୍ୟାପକମାନେ ନେବେ ବୋଲି ଅରୁଣ କହିଛନ୍ତି ।

ଏଥିପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ଅଧ୍ୟାପକଙ୍କ ସଂଖ୍ୟା ଦେଖି ସ୍ଥିର କରାଯିବ । ପ୍ରତି ଅଧ୍ୟାପକଙ୍କୁ ନିର୍ଦ୍ଦିିଷ୍ଟ ସଂଖ୍ୟକ ପିଲାଙ୍କୁ ଦାୟିତ୍ୱ ଦିଆଯିବ । ନିଜ କଲେଜ ବଦଳରେ ଅନ୍ୟ କଲେଜରେ ମଧ୍ୟ ପିଲାମାନେ ପରୀକ୍ଷା ଦେଇପାରିବେ । କିନ୍ତୁ ପରୀକ୍ଷା ଅନଲାଇନରେ ହିଁ ହେବ । ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେଇପାରିବେ । ଲକଡାଉନ ଓ ତୃତୀୟ ଲହର ଆଶଙ୍କା ଥିବାରୁ ଅନଲାଇନରେ ପରୀକ୍ଷା ହେବାକୁ ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.