fbpx

ଶିକ୍ଷକ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ: ଉଲ୍ଲଙ୍ଘନ କଲେ ନିଆଯିବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ଓଡିଶାର ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ଚେତାବନୀ ଜାରି କରାଯାଇଛି । ଏଣିକି ଡ୍ରେସ କୋଡ(ୟୁନିଫର୍ମ) ବିନା ସ୍କୁଲକୁ ଆସିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏ ନେଇ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଚିଠି ପଠାଇଛନ୍ତି ରାଜ୍ୟ ସରକାର । ଏବେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ଗତ ୨୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷାଧିକାରୀ ଜଟଣୀ ବ୍ଲକର କିଛି ସ୍କୁଲକୁ ଅଚାନକ ଗସ୍ତରେ ପହଞ୍ଚିଥିଲେ । ତେବେ ଏଠାରେ କିଛି ଶିକ୍ଷକ ବିନା ୟୁନିଫର୍ମରେ ସ୍କୁଲକୁ ଆସିଥିବା ସେ ଦେଖିବାକୁ ପାଇଥିଲେ । ଏହି ଘଟଣା ବିଦ୍ୟାଳୟର ଶୃଙ୍ଖଳା ନଷ୍ଟ ହେଉଥିବା ଦାବି କରିଛନ୍ତି ଡିଇଓ । ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଶୃଙ୍ଖଳାଗତ ସମ୍ପର୍କ ରହିଛି । ସ୍କୁଲକୁ ପିଲାମାନେ ଡ୍ରେସ କୋଡରେ ଆସୁଥିବା ବେଳେ ଶିକ୍ଷକ-ଶିକ୍ଷୟତ୍ରୀ ବିନା ୟୁନିଫର୍ମରେ ଆସୁଥିବା ଦେଖାଯାଉଛି । ଯାହା ବିଦ୍ୟାଳୟର ଶୃଙ୍ଖଳାରେ ବ୍ୟାଘାତ ସୃଷ୍ଟି କରୁଛି ।

ତେଣୁ ଏଥିରେ ସଂଶୋଧନ କରିବା ପାଇଁ ଶିକ୍ଷକମାନଙ୍କ ପାଇଁ ମଧ୍ୟ ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି । ଏ ନେଇ ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଦାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ଜଟଣୀ ବ୍ଲକ ଶିକ୍ଷା ଅଧିକାରୀ । ଏଥିରେ ବିଦ୍ୟାଳୟର ଶିକ୍ଷକମାନଭ୍କ ମଧ୍ୟ ୟୁନିଫର୍ମରେ ଆସିବା ପାଇଁ ଚେତାବନୀ ଦିଆଯାଇଛି । ତେବେ ବିନା ୟୁନିଫର୍ମରେ ଆସିଥିବା ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.