fbpx

ଭାରତ ଆଗରେ ଧୂଳି ଚାଟିଲା ଇଣ୍ଡୋନେସିଆ: ୧୬-୦ରେ ମ୍ୟାଚରେ କବଜା କଲା ମେନ ଇନ ବ୍ଲୁ

ନୂଆଦିଲ୍ଲୀ: ହକି ଏସିଆ କପ-୨୦୨୨ରେ ଇଣ୍ଡୋନେସିଆକୁ ଧୂଳି ଚଟାଇଛି ଭାରତ । ୧୬-୦ରେ ଏକତରଫା ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହା ସହିତ ସୁପର-୪କୁ କ୍ୱାଲିଫାଏ କରିଛି ମେନ ଇନ ବ୍ଲୁ । କେବଳ ସେତିକି ନୁହେଁ, ଭାରତ ଆଜି ଗୋଟିଏ ମ୍ୟାଚରେ ଦୁଇ ଦୁଇଟି ଶିକାର କରିଛି । ଇଣ୍ଡୋନେସିଆକୁ ହରାଇବା ସହିତ ପାକିସ୍ତାନକୁ ମଧ୍ୟ ୨୦୨୩ ବିଶ୍ୱକପରୁ ବାହାରକୁ ଯିବାର ରାସ୍ତା ଦେଖାଇଛି ଭାରତ ।

ଏସିଆ କପ ୨୦୨୨ର ନକଆଉଟ ଷ୍ଟେଜରେ ସ୍ଥାନ ପକ୍କା କରିବା ପାଇଁ ଏହି ମ୍ୟାଚରେ ଭାରତକୁ ଏକ ବୃହତ ବିଜୟର ଆବଶ୍ୟକତା ରହିଥିଲା । ତେବେ ଇଣ୍ଡୋନେସିଆ ବିପକ୍ଷ ଏହି ମ୍ୟାଚରେ ୧୬-୦ରେ ବିଜୟ ହାସଲ କରିଛି । ମ୍ୟାଚ ଆରମ୍ଭରୁ ହିଁ ଚାପ ପକାଇ ରଖିଥିଲା ଟିମ ଇଣ୍ଡିଆ । ଏହାପରେ ଭାରତ ସ୍କୋର ଗତିକୁ ବଢାଇ ଚାଲିଲା । ପ୍ରଥମ କ୍ୱାର୍ଟରରେ ଭାରତର ସ୍କୋର ୩-୦ ଥିବା ବେଳେ, ଦ୍ୱିତୀୟ କ୍ୱାର୍ଟରରେ ୬-୦, ତୃତୀୟରେ ୧୦-୦ ଏବଂ ଚତୁର୍ଥ କ୍ୱାର୍ଟରରେ ୧୬-୦ରେ ମ୍ୟାଚ ଶେଷ କରିଥିଲା । ଏହି ସ୍କୋର ସହ ଭାରତ ଇଣ୍ଡୋନେସିଆକୁ ପରାସ୍ତ କରି କ୍ୱାଲିଫାୟାରରେ ପ୍ରବେଶ କରିଛି ।

India Vs Indonesia Men's Hockey Asia Cup Match Report: भारत के युवा सितारों  ने किया असंभव काम, 16-0 से इंडोनेशिया को मात दे बनाई सुपर-4 में जगह | TV9  Bharatvarsh

ଏହି ମ୍ୟାଚ ଯେ କେବଳ ଏସିଆ କପ ଉପରେ ପ୍ରଭାବ ପକାଇଛି ତା ନୁହେଁ, ଆସନ୍ତା ୨୦୨୩ ବିଶ୍ୱକପ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏହି ବୃହତ ବିଜୟ ସହିତ ଭାରତ ବିଶ୍ୱକପ ପାଇଁ କ୍ୱାଲିଫାଏ କରିବା ସହିତ ପାକିସ୍ତାନ ପାଇଁ ଅସୁବିଧା ସୃଷ୍ଟି କରିଛି । ଭାରତ ବିଶ୍ୱକପର କ୍ୱାଲିଫାୟାରରେ ଏଣ୍ଟ୍ରି କରିବା କ୍ଷଣି ପାକିସ୍ତାନ ଏହି ଦୌଡରୁ ବାଦ ପଡିଛି । ଭାରତ ବ୍ୟତୀତ ଜାପାନ, କୋରିଆ ଏବଂ ମାଲେସିଆ ମଧ୍ୟ ବିଶ୍ୱକପ ପାଇଁ କ୍ୱାଲିଫାଏ କରିଛନ୍ତି । ତେବେ ଚଳିତ ଏସିଆ କପରେ ଜାପାନ ଏବଂ ଭାରତ ନକଆଉଟ ମ୍ୟାଚ ପାଇଁ କ୍ୱାଲିଫାଏ କରିଛନ୍ତି ।

Get real time updates directly on you device, subscribe now.