fbpx

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ ଏବଂ ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆ ଦିଲ୍ଲୀ, ୦୭/୦୫: ନିଉଜିଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜ୍ ପାଇଁ ଖେଳାଳୀ ଘୋଷଣା କରିଛି ଟିମ ଇଣ୍ଡିଆ । ଏଥର ରବିନ୍ଦ୍ର ଜାଡେଜା, ହନୁମା ବିହାରୀ, ମହମ୍ମଦ ଶମ୍ମି, ଏବଂ ଊମେଶ ଯାଦବ ଟିମକୁ ଫେରିଛନ୍ତି । କିନ୍ତୁ ଭୁବନେଶ୍ୱର କୁମାରଙ୍କୁ ସୁଯୋଗ ମିଳିନାହିଁ । କେ. ଏଲ ରାହୁଲ ଏବଂ ଋଦ୍ଧିମାନ ସାହାଙ୍କ ନାଁ ଟିମରେ ରହିଥିଲେ ବି ସଂପୂର୍ଣ୍ଣ ଫିଟ ହେଲା ପରେ ହିଁ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ଖେଳିପାରିବେ । ଏହା ଛଡା ଟିମ ଇଣ୍ଡିଆ ୪ ଜଣ ଖେଳାଳୀଙ୍କୁ ଷ୍ଟାଣ୍ଡବାଏରେ ରଖିବ ଯେଉଁଥିରେ ଅଭିମନ୍ୟୁ ଇଶ୍ୱରନ, ପ୍ରସିଦ୍ଧ କୃଷ୍ଣା, ଆବେଶ ଖାନ ଏବଂ ଅରଜାନ ନାଗୱାସବାଲାଙ୍କ ନାମ ମଧ୍ୟ ସାମିଲ ରହିଛି ।
ଇଂଲଣ୍ଡ ଟେଷ୍ଟ ସିରିଜ ଏବଂ ୱାର୍ଲ୍ଡ ଟେଷ୍ଟ ସିରିଜ ଚାମ୍ପିୟନସିପ ପାଇଁ ଭାରତୀୟ ଦଳ-ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ଶୁଭମାନ ଗିଲ, ମାୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ଥ, ରବିଚନ୍ଦ୍ର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ଶମ୍ମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଏବଂ ଉମେଶ ଯାଦବ ।

Get real time updates directly on you device, subscribe now.