fbpx

Team Indiaର ଏସିଆ କପ୍ ଜିତିବା ପକ୍କା! ୩୮ ବର୍ଷରୁ ଭାରତର ରହିଛି ଏମିତି ରେକର୍ଡ

ଆସନ୍ତା ୨୭ ତାରିଖରୁ ଆରମ୍ଭ ହେଉଛି ଏସିଆକପ୍-୨୦୨୨ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଚଳିତବର୍ଷ ଏହା ଟି-୨୦ ଫର୍ମାଟରେ ଖେଳାଯିବ । ତେବେ ଏହାର ମେନ ରାଉଣ୍ଡରେ ୬ଟି ଟିମକୁ ସ୍ଥାନ ଦିଆଯାଇଥିବା ବେଳେ ସେପ୍ଟେମ୍ବର ୧୧ରେ ଖେଳାଯିବ ଏହାର ଫାଇନାଲ ମ୍ୟାଚ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ବିଜୟ ଏକ ପ୍ରକାର ସୁନିଶ୍ଚିତ ମନେ ହେଉଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଭାରତର ରେକର୍ଡ ।

ଚଳିତବର୍ଷ ଶୀଲଙ୍କାରେ ଏସିଆ କପ୍ ଆୟୋଜନ ହେବାର ସୂଚୀ ରହିଥିଲା । କିନ୍ତୁ ଦେଶର ରାଜନୈତିକ ଏବଂ ଅର୍ଥନୈତିକ ସ୍ଥିତି ଅନୁକୂଳ ନଥିବାରୁ ଏହାକୁ ପରିବର୍ତ୍ତନ କରାଯାଇ ୟୁଏଇକୁ ସ୍ଥାନାନ୍ତର କରାଯାଇଛି । ତେବେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟେଜନ କରିବା ଭାରତ ପାଇଁ ସବୁଠୁ ବଡ ପ୍ଲସ ପଏଣ୍ଟ ହେବ । ଏହା ପୂର୍ବରୁ ଏଠାରେ ୩ ଥର ଦିନିକିଆ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ତେବେ ପ୍ରତ୍ୟେକ ଥର ଏଠାରେ ବାଜି ମାରିଛି ମେନ ଇନ ବ୍ଲୁ । ଟୁର୍ଣ୍ଣାମେଣ୍ଟ ଜିତିବାରେ ଏଠାରେ ଶତ ପ୍ରତିଶତ ସଫଳ ରହିଛି ଟିମ ଇଣ୍ଡିଆ ।

ତେବେ ଏହି ରେକର୍ଡ ଗତ କିଛି ବର୍ଷର ନୁହେଁ । ଗତ ୩୮ ବର୍ଷରୁ ଭାରତର ଏହି ରେକର୍ଡ ନିଜ ନାମରେ କରି ଆସିଛି ଇଣ୍ଡିଆନ କ୍ରିକେଟ ଟିମ୍ । ତେଣୁ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହି ରେକର୍ଡବଜାୟ ରଖିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

୧୯୮୪ ମସିହାରେ ପ୍ରଥମ ଥର ପାଇଁ ଏଠାରେ ଏସିଆ କପ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା । ତେବେ ଏହି ଥର ଫାଇନା ଲ ଖେଳା ଯାଇପାରିନଥିଲା । ଲିଗ ରାଉଣ୍ଡର ପ୍ରଦର୍ଶନକୁ ଲକ୍ଷ୍ୟ କରି ଏହାର ଚମ୍ପିଆନ ଘୋଷଣା କରାଯାଇଥିଲା । ଦ୍ୱିତୀୟ ଥର ପାଇଁ ୧୯୯୫ରେ ଏଠାରେ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିବା ବେଳେ ଶ୍ରୀଲଙ୍କାକୁ ସହଜରେ ହରାଇ ଚମ୍ପଆନ ପାଲଟିଥିଲା ଭାରତ । ଏହାପରେ ୨୦୧୮ରେ ୟୁଏଇରେ ଖେଳାଯାଇଥିଲା ଏସିଆ କପ୍ ଟୁର୍ଣ୍ଣାମେଣ୍ଟ । ଏଥିରେ ମଧ୍ୟ ଫାଇନାଲ ମ୍ୟାଚରେ ବାଂଲାଦେଶଖୁ ହରାଇ ଟ୍ରଫି ଉପରେ କବଜା କରିଥିଲା ବିରାଟ ବାହିନୀ ।

୨୦୧୬ ପରେ ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ଟି-୨୦ ଫର୍ମାଟରେ ଖେଳାଯିବ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ମୋଟ ୬ଟି ଟିମ ଭାଗ ନେଇଛନ୍ତି । ବିଶ୍ୱର ଚିର ପ୍ରତିଦ୍ୱନ୍ଦୀ ଭାରତ ପାକିସ୍ତାନ ଉଭୟ ଦଳକୁ ଗୋଟିଏ ଗ୍ରୁପରେ ସ୍ଥାନ ସ୍ଥାନ ଦିଆଯାଇଛି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ସମେତ ଅନ୍ୟ ଏକ ଦଳ କ୍ୱାଲିଫାୟାର ମ୍ୟାଚ ମାଧ୍ୟମରେ ଚୟନ ହେବ ।

Get real time updates directly on you device, subscribe now.