fbpx

ଟିମ୍ ଇଣ୍ଡିଆର ୫ ଖେଳାଳି ଏବେ ବି କରୋନା ପଜିଟିଭ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଟିମ୍ ଇଣ୍ଡିଆର ମଇଦାନ ବାହାରେ ସମସ୍ୟା ଏବେ ବି ହ୍ରାସ ପାଇନି । ଭାରତୀୟ ଟିମର ୫ ଖେଳାଳି ଏବେ ବି କରୋନା ସଂକ୍ରମିତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅଧିନାୟକ ୟଶ ଢ଼ୁଲ ବି ସାମିଲ ଅଛନ୍ତି । ଭାରତର ଶେଷ ଲିଗ୍ ମ୍ୟାଚ୍ ଉଗାଣ୍ଡା ସହିତ ହେବ, କିନ୍ତୁ ଏହି ୫ ଖେଳାଳି ସେଥିରେ ଭାଗ ନେଇପାରିବେ ନାହିଁ ।

ସମାଚାର ଏଜେନ୍ସି ପିଟିଆଇ ଅନୁସାରେ, ଆୟରଲ୍ୟାଣ୍ଡ ବିରୋଧରେ ହୋଇଥିବା ମ୍ୟାଚ ପୂର୍ବରୁ ୬ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରେ ବାସୁ ଭାଟ୍ସ କରୋନା ପଜିଟଭ ଚିହ୍ନଟ ହୋଇଥିଲେ । ଏବେ ଅଧିନାୟକ ୟଶ ଢ଼ୁଲ, ଆରାଧ୍ୟ ଯାଦବ, ଏମ ରଶିଦ, ମାନବ ପରାଖ, ସିଦ୍ଧାର୍ଥ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି । ଟିମ୍ ଇଣ୍ଡିଆ କ୍ୱାର୍ଟର ଫାଇନାଲ ପାଇଁ କ୍ୱାଲିଫାଇ କରିସାରିଛି । ୨୯ ଜାନୁଆରୀରେ ଟିମ ଇଣ୍ଡିଆର କ୍ୱାର୍ଟରଫାଇନାଲ ହେବା ପର୍ଯ୍ୟନ୍ତ ଖେଳାଳି ସୁସ୍ଥ ହେବେ ବୋଲି ଆଶା କରାଯାଉଛି । ତେବେ ୟଶ ଢ଼ୁଲଙ୍କଠାରେ କରୋନାର ଅଧିକ ଲକ୍ଷଣ ରହିଛି ।

Get real time updates directly on you device, subscribe now.