fbpx

ମହିଳା ହକିରେ ଭାରତର ଦମଦାର୍ ବିଜୟ, ହ୍ୟାଟ୍ରିକ୍ ଗୋଲ ଦେଇ ଇତିହାସ ରଚିଲେ ବନ୍ଦନା

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ନବମ ଦିନ । ଅଲିମ୍ପିକ୍ସ ମହିଳା ହକିରେ ଦମଦାର ବିଜୟୀ ହୋଇଛି ଭାରତ । ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଭାରତ । ପୁଲ-ଏରେ ଭାରତ ଦ୍ୱିତୀୟ ବିଜୟ ହୋଇଛି । ଭାରତ ପକ୍ଷରୁ ହ୍ୟାଟ୍ରିକ୍ ଗୋଲ ଦେଇ ଇତିହାସ ରଚିଛନ୍ତି ବନ୍ଦନା କଟାରିୟା ।

ତେବେ ଅଲିମ୍ପିକରେ ହ୍ୟାଟ୍ରିକ ସ୍କୋର କରି ବନ୍ଦନା କଟାରିୟା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି । ବିଜୟ ସହ ମହିଳା ହକି ଦଳର କ୍ୱାର୍ଟର ଫାଇନାଲରେ ପହଞ୍ଚିବାର ଆଶା ବଢ଼ିଛି । ଆୟରଲ୍ୟାଣ୍ଡକୁ ଯଦି ଆଜି ଇଂଲଣ୍ଡ ପରାସ୍ତ କରିବ, ତେବେ କ୍ୱାର୍ଟରରେ ପହଞ୍ଚିଯିବ ଭାରତ ।

ସେହିପରି ଆଜି ଡିସକସ୍ ଥ୍ରୋରେ ଭାରତର କମଲପ୍ରୀତ କୌର ଶାନଦାରତ ପ୍ରଦର୍ଶନ କରିଛନ୍ତି । ବିଜୟ ସହିତ ସେ ଫାଇନାଲରେ ପ୍ରବେଶ କରିଛନ୍ତି । ତୃତୀୟ ପ୍ରୟାସରେ ୬୪ ମିଟର ପର୍ଯ୍ୟନ୍ତ ଥ୍ରୋ କରିଛନ୍ତି କମଲପ୍ରୀତ । କମଲପ୍ରୀତ ଭାରତକୁ ପଦକ ଦେବାକୁ ଅତି ନିକଟତର ହୋଇଛନ୍ତି ।

Get real time updates directly on you device, subscribe now.