fbpx

ବିଜୁଳି ଚୋରି ଉପରେ ଟେକ୍ନୋଲୋଜୀ ଲଗାଇବ ଲଗାମ: କ୍ୱାଲକମ୍ ଆଣିଲା ସମାଧାନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିଲ୍ଲୀରେ ଷଷ୍ଠ ଇଣ୍ଡିଆ ମୋବାଇଲ କଂଗ୍ରେସର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ପ୍ରଗତି ମଇଦାନରେ ଆୟୋଜିତ ପ୍ରଦର୍ଶନୀର ପରିଦର୍ଶନ କରିଥିଲେ ଏବଂ ଭିନ୍ନ ଭିନ୍ନ ଟେକ୍ନୋଲୋଜୀ ବିଷୟରେ ବୁଝିଥିଲେ । ଏହି ସମୟରେ ପିଏମ ମୋଦୀ ସ୍ମାର୍ଟ ମିଟରିଂର ବିଷୟରେ ସୂଚନା ନେଇଥିଲେ । କୁହାଯାଉଛି ଯେ ଏହି ସ୍ମାର୍ଟ ମିଟରିଂ ସାହାଯ୍ୟରେ ଶକ୍ତି କ୍ଷେତ୍ରରେ ବଡ଼ ସମସ୍ୟା ବିଜୁଳି ଚୋରି ଉପରେ ଲଗାମ ଲାଗଯାଇପାରିବ ।

ସୂଚନାଯୋଗ୍ୟ, ଭାରତରେ ୨୦ ପ୍ରତିଶତ ବିଜୁଳି ଚୋରି ହୋଇଥାଏ । ଅବଶ୍ୟ ସରକାର ବିଜୁଳି କମ୍ପାନୀଙ୍କୁ ହେଉଥିବା କ୍ଷତିରୁ ବଞ୍ଚାଇବାକୁ ପ୍ୟାକେଜ୍ ଦେଇଥାନ୍ତି । ସ୍ମାର୍ଟ ମିଟରିଂରେ କ୍ୱାଲକମ ଏକ ସମାଧାନ ଉପସ୍ଥାପନ କରିଛି ।

ଏହା ପୂର୍ବରୁ ପ୍ରଥମେ ପିଏମ ମୋଦୀ ସି-ଡଟ୍ ଟେକ୍ନୋଲୋଜୀ ବିଷୟରେ ବୁଝିଥିଲେ । ଏହି ସି-ଡଟ୍ ଟେକ୍ନୋଲୋଜୀ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବେଶ୍ ଉପାଦେୟ ହେବ । ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଯଦି ଆପଣଙ୍କ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବ ସୂଚନା ଦେଇଥାଏ ।

Get real time updates directly on you device, subscribe now.