fbpx

ଆସନ୍ତାକାଲିଠାରୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ରାଜ୍ୟରେ ଖରାପ ପ୍ରକୋପ ବୃଦ୍ଧି ପାଇବ ଓ ଶୀତ ଫେରିବାର ସମ୍ଭାବନା କମ ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନୁଗୁଳ, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଆଦି କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିଲା । ଜଗତସିଂହପୁର, ମାଲକାନଗିରି ଆଦି ଜିଲ୍ଲାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା । ଗତ ଦୁଇଦିନ ଧରି ରାଜ୍ୟରେ ଲାଗି ରହିଥିବା କୋହଲା ପାଗ ଆଗକୁ ରହିବାର ସମ୍ଭାବନା ହଟିବ । ସୋମବାର ଠାରୁ ରାଜ୍ୟରେ ତାପମାତ୍ରା ୨୬ ଡିଗ୍ରୀ ଅତିକ୍ରମ କରିବ ବୋଲି ସୂଚନା ଦିଆଯାଇଛି । ଭୁବନେଶ୍ୱର, ମାଲକାନଗିରି, ଟିଟିଲାଗଡ଼, ତାଳଚେର ଆଦି ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରୀକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.