fbpx

ରାଜ୍ୟକୁ ଲେଉଟିଲା ତାତି: ୪୦ ଡିଗ୍ରୀ ଛୁଇଁଲା ୧୨ ସହରର ତାପମାତ୍ରା

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅନେକ ଦିନର ବ୍ୟବଧାନ ପରେ ପୁଣି ଉତ୍ତପ୍ତ ହୋଇଛି ରାଜ୍ୟର ଅନେକ ସହର । ଏହାରି ମଧ୍ୟରେ ଆଜି ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ରାଜ୍ୟର ୨ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି । ୪୨.୧ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ସୋନପୁର ।

ସେହିପରି ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ସମ୍ବଲପୁର, ସୁନ୍ଦରଗଡ ଓ ଟିଟିଲାଗଡରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୬, ମାଲକାନଗିରିରେ ୪୦.୫, ଝାରସୁଗୁଡାରେ ୪୦.୪, ବାରିପଦା, ଫୁଲବାଣୀ ଓ ରାୟଗଡାର ତାପମାତ୍ରାରେ ୪୦ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି । ଏହା ସହ ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯.୭ ଥିବା ବେଳେ କଟକରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.