fbpx

ରାଉରକେଲାରେ ଭୟଙ୍କର ଅଗ୍ନିକାଣ୍ଡ

ରାଉରକେଲା,୧୯ ।୧୧(ଓଡିଶା ଭାସ୍କର): ରାଉରକେଲା ଉଦିତନଗର ହାଇସ୍କୁଲ ପଡିଆରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ପଡିଆରେ ଥିବା ହଜାର ହଜାର ପ୍ଲାଷ୍ଟିକ ପାଇପରେ ଅଗ୍ନିକାଣ୍ଡ ଘଟିଛି । ସହରର ସ୍ୱେରେଜ କାମ ପାଇଁ ଏହି ପ୍ଲାଷ୍ଟିକ ପାଇପ୍ ଗଚ୍ଛିତ ରଖାଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ୪ଟି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି ।

ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପାଇପ୍ ହଟାଇବାକୁ ୨ ଜେସିବି ନିୟୋଜିତ ହୋଇଛି ।

Get real time updates directly on you device, subscribe now.