fbpx

ଜାନୁୟାରୀ ୨୬ ପୂର୍ବରୁ ହାଇ ଆଲର୍ଟରେ ଜମ୍ମୁ କାଶ୍ମୀର: ଗ୍ରେନେଡ ଆକ୍ରମଣରେ ଯବାନଙ୍କ ସମେତ ୪ ଆହତ, ସର୍ଚ୍ଚ ଅପରେଶନ ଜାରି

ନୂଆଦିଲ୍ଲୀ: ଜାନୁୟାରୀ ୨୬ ପୂର୍ବରୁ ହାଇ ଆଲର୍ଟରେ ଜମ୍ମୁ ଓ କାଶ୍ମୀର । ମଙ୍ଗଳବାର ଗ୍ରେନେଡ ଆକ୍ରମଣ କାରଣରୁ ଜମ୍ମୁ ଓ କାଶ୍ମୀରରେ ଆତଙ୍କର ପରସ୍ଥିତି ସୃଷ୍ଟି ହୋଇଛି । ଗ୍ରେନେଡ ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା ବେଳେ ସମୁଦାୟ ୪ ଜଣ ଆହତ ହୋଇଛନ୍ତି । ଏହା ସହିତ ଉକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ଘର ଗୁଡିକର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ଶ୍ରୀନଗର ସ୍ଥିତ ହରି ସିଂହ ହାଇ ଷ୍ଟ୍ରିଟରେ ଏହି ଆକ୍ରମଣ ହୋଇଥିଲା । ଆକ୍ରମଣରେ ୪ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । ଆକ୍ରମଣ ପରେ ସୁରକ୍ଷା ବଳ ଯବାନ ମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି । ସର୍ଚ୍ଚ ଅପରେଶନ ମଧ୍ୟ ଜାରି ରହିଛି । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆକ୍ରମଣ ଆଶଙ୍କା ରହିଥିବା ବେଳେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଚେକ ପୋଷ୍ଟ ସଂଖ୍ୟା ବଢାଇ ଦିଆଯାଇଥିଲା ।

Get real time updates directly on you device, subscribe now.