fbpx

ଏନକାଉଣ୍ଟରରେ ଟଳିଲା ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୯ା୩: ଆଜି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ଘଟିଥିଲା । ଗୁଳିବିନିମୟ ଫଳରେ ଆତଙ୍କବାଦୀ ନିହତ ହୋଇଛି । ନିହତ ହୋଇଥିବା ଆତଙ୍କବାଦୀର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଉଲ୍ଲେଖଯୋଗ୍ୟ ଯେ ସେହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ କରିଥିଲେ । ପରେ ଆତଙ୍କବାଦୀ ଗୁଳିଚାଳନା କରିବାପରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚଳାଇଥିଲେ । ବତ୍ତର୍ମାନ ମଧ୍ୟ ସେଠାରେ ଗୁଳିବିନିମୟ ଚାଲୁ ରହିଥିବା ସୂଚନା ରହିଛି ।

Get real time updates directly on you device, subscribe now.