fbpx

ଭାରତର ସରଳ ନିରୀହ ଯୁବପୀଢ଼ିଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ବିପଥଗାମୀ କରୁଛି ଆତଙ୍କୀ ସଂଗଠନ ଆଇଏସ୍: NIA

ନୂଆଦିଲ୍ଲୀ: ଭାରତର ଯୁବପୀଢ଼ିଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ବିପଥଗାମୀ କରୁଛି ଇସଲାମିକ୍ ଷ୍ଟେଟ (ଆଇଏସ୍) । ଦେଶର ସରଳ ନିରୀହ ଯୁବକଙ୍କୁ ଏହି ଆତଙ୍କୀ ସଂଗଠନ ନିଜର ମାୟା ଜାଲରେ ଫସାଉଛି ବୋଲି ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ନିଆଇଏ) ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଆତଙ୍କ ହମଲା ଓ ଫଣ୍ଡିଂ ମାମଲାରେ ମୋଟ ୧୬୮ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ଏନଆଇଏ ପକ୍ଷରୁ କୁହାଯାଇଛି ଯେ, ୩୧ଟି ମାମଲାରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି । ଗତ ଜୁନ ମାସରେ କିଛି ନୂଆ ମାମଲା ଦର୍ଜ କରାଯାଇଥିବା ବେଳେ ଏଗୁଡ଼ିକର ଶୁଣାଣି ପରେ ୨୭ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏଜେନ୍ସିର ମୁଖପାତ୍ର କହିଛନ୍ତି ଯେ, ଆଇଏସ କ୍ରମାଗତ ଭାବେ ଭାରତରେ ଅନଲାଇନ୍ ମାଧ୍ୟମରେ ନିଜର ବିଚାରଧାରା ପ୍ରଚାରରେ ଲାଗିଥିବା ଏନଆଇ ପକ୍ଷରୁ ସ୍ପଷ୍ଟ ହୋଇଛି । ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆରେ ଏହି ଆତଙ୍କି ସଂଗଠନ ସାଧାସିଧା ଯୁବକଙ୍କୁ ଶିକାର ବନାଉଛି । ତେଣୁ ଇଣ୍ଟରନେଣ୍ଟରେ ଏଭଳି କୌଣସି ଗତିବିଧରେ ସାମିଲ ନ ହେବାକୁ ଏନଆଇଏ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଗତ ୧୪ ତାରିଖରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପାକିସ୍ତାନ ସଂଗଠିତ ଆତଙ୍କୀ ସଂଗଠନର କିଛି ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଏହି ଆତଙ୍କବାଦୀମାନେ ଆଗକୁ ଆସୁଥିବା ପର୍ବପର୍ବାଣିରେ ଜନସମାଗରେ ବିସ୍ଫୋରଣ ଘଟାଇବାର ଯୋଜନା ପ୍ରସ୍ତୁତ କରିଥିଲେ । ପାକିସ୍ତାନରେ ଥିବା ଦାଉଦ ଇବ୍ରାହିମର ଭାଇ ଅନିସ ଇବ୍ରାହିମ ଏହି ଆତଙ୍କୀ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ନେଇ ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.