୫୨ ବର୍ଷ ପରେ ଦୋହରିଲା ଇତିହାସ, ଜାଣନ୍ତୁ ବିଜୟଙ୍କ ରାଶିରେ ଜଡ଼ିତ ୩ ରହସ୍ୟ, ଯେଉଁଥିପାଇଁ ଦୋହଲିଲା ତାମିଲନାଡ଼ୁ

୫୨ ବର୍ଷ ପରେ ଦୋହରିଲା ଇତିହାସ, ଜାଣନ୍ତୁ ବିଜୟଙ୍କ ରାଶିରେ ଜଡ଼ିତ ୩ ରହସ୍ୟ

TN Election: ତାମିଲନାଡୁ ରାଜନୀତିରେ ଏବେ ଏକ ନୂଆ ଯୁଗର ଆରମ୍ଭ ହେବା ପରି ମନେହେଉଛି। ଅଭିନେତା ବିଜୟଙ୍କ ପାର୍ଟି ‘ତାମିଝାଗା ଭେଟ୍ରି କଡ଼ଗମ’ (TVK)ର ଦମଦାର୍ ବିଜୟ ପରେ ଏବେ ପୁରା ରାଜ୍ୟ ବଡ଼ ସଫଳତା ଆଡ଼କୁ ଗତି କରୁଛି। ତେବେ ବିଜୟଙ୍କ ଏହି ବିଜୟକୁ ରାଜନୈତିକ ବିଶ୍ଳେଷକମାନେ ଏହାକୁ ସତ୍ତା ବିରୋଧୀ ଲହର କହୁଥିବା ବେଳେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହା ଗ୍ରହମାନଙ୍କର ଏକ ବିରଳ ସଂଯୋଗ।

ରାଜନୀତିରେ ଜ୍ୟୋତିଷଶାସ୍ତ୍ର

ମୂଳ ନକ୍ଷତ୍ର ଏବଂ ସିଦ୍ଧି ଯୋଗ: ଗତ ୪ ମଇ ୨୦୨୬ର ପଞ୍ଚାଙ୍ଗ ଅନୁଯାୟୀ ଚନ୍ଦ୍ର ‘ମୂଳ’ ନକ୍ଷତ୍ରରେ ଗୋଚର କରିଥିଲେ। ଜ୍ୟୋତିଷ ଶାସ୍ତ୍ରରେ ମୂଳ ନକ୍ଷତ୍ର ପୁରୁଣା ବ୍ୟବସ୍ଥାକୁ ଭାଙ୍ଗି ନୂଆ ସୃଷ୍ଟି କରିବା ପାଇଁ ଜଣାଶୁଣା। ଏହା ସହିତ ‘ସିଦ୍ଧି ଯୋଗ’ର ସଂଯୋଗ ଏହି ପରିବର୍ତ୍ତନକୁ ସ୍ଥାୟୀତ୍ୱ ଦେଉଥିବା ସୂଚାଉଥିଲା।

ବୃହସ୍ପତିଙ୍କ ମହାଦଶା ଏବଂ ରାଜଯୋଗ: ବିଜୟଙ୍କ କୁଣ୍ଡଳୀରେ ବୃହସ୍ପତି କୁମ୍ଭ ରାଶିରେ ରହିଛନ୍ତି, ଯାହା ‘ଜନତା’ଙ୍କୁ ପ୍ରତିନିଧିତ୍ୱ କରେ। ବୃହସ୍ପତିଙ୍କ ଶୁଭ ଦୃଷ୍ଟି ଏବଂ ଦଶମ ଭାବର ବଳିଷ୍ଠ ଅଷ୍ଟକବର୍ଗ ସ୍କୋର ତାଙ୍କୁ ସତ୍ତାର ଶିଖରରେ ପହଞ୍ଚାଇବା ପାଇଁ ରାଜଯୋଗ ସୃଷ୍ଟି କରୁଛି।

MGRଙ୍କ ପରି ‘ଶୁକ୍ର-ଚନ୍ଦ୍ର’ ଯୋଗ: ୧୯୭୨ରେ ଯେତେବେଳେ ଏମ୍.ଜି. ରାମଚନ୍ଦ୍ରନ (MGR) ନିଜ ଦଳ ଗଢ଼ିଥିଲେ, ତାଙ୍କ କୁଣ୍ଡଳୀରେ ଶୁକ୍ର (କଳା) ଏବଂ ଚନ୍ଦ୍ର (ଜନତାଙ୍କ ମନ)ର ଯେଉଁ ସଂଯୋଗ ଥିଲା, ତାହା ଏବେ ବିଜୟଙ୍କ କୁଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳୁଛି। ଏହି ସମ୍ମୋହନ ଯୋଗ ଯୋଗୁଁ ଯୁବପିଢ଼ି ଏବଂ ମହିଳା ଭୋଟର ବିଜୟଙ୍କ ପ୍ରତି ଆକର୍ଷିତ ହୋଇଛନ୍ତି।

ସଂଖ୍ୟାତତ୍ତ୍ୱର ଯାଦୁ: ବିଜୟଙ୍କ ଜନ୍ମ ତାରିଖ ୨୨ (୨+୨=୪) ଏବଂ ସେଦିନର ତାରିଖ ମଧ୍ୟ ୪ ମଇ। ଅଙ୍କ ଶାସ୍ତ୍ର ଅନୁଯାୟୀ ୪ ସଂଖ୍ୟାର ସ୍ୱାମୀ ହେଉଛନ୍ତି ରାହୁ, ଯାହାଙ୍କୁ ରାଜନୀତିର ଚତୁର ଖେଳାଳି କୁହାଯାଏ। ଏହି ସଂଯୋଗ ତାଙ୍କୁ ବିରୋଧୀଙ୍କ ତୁଳନାରେ ଏକ ରଣନୈତିକ ସୁବିଧା ପ୍ରଦାନ କରିଥିଲା।

ସମୟର ନିଷ୍ପତ୍ତି

ତେବେ ତାମିଲନାଡ଼ୁରେ ବିଜୟଙ୍କ ଏହି ବିଜୟ ତାମିଲନାଡୁ ପାଇଁ ଏକ ନୂତନ ‘ସ୍ୱର୍ଣ୍ଣ ଯୁଗ’ର ଆରମ୍ଭ ବୋଲି କୁହାଯିବ। ପ୍ରାୟ ୫୦ ବର୍ଷ ପରେ ଇତିହାସ ନିଜକୁ ଦୋହରାଇବାକୁ ଯାଉଛି। ଯାହା ସେତେବେଳେ MGRଙ୍କ ପକ୍ଷେ ଦେଖାଦେଇଥିଲା ।