fbpx

PM Kisaan Yojna: ଖୁସି ଖବର ! ୧୨ ଦିନ ପରେ କୃଷକଙ୍କ ଖାତାକୁ ଆସିବ ଦ୍ୱାଦଶ କିସ୍ତିର ୨,୦୦୦ ଟଙ୍କା

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ସଞ୍ଚାଳିତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ନୂତନ କିସ୍ତିକୁ ନେଇ ଆସିଛି ଏକ ବଡ ଖୁସି ଖବର । ଖୁବଶୀଘ୍ର ହିତାଧିକାରୀମାନଙ୍କୁ ମିଳିବ ଏହି ଯୋଜନାର ଦ୍ୱାଦଶ କିସ୍ତି । ଆସନ୍ତା ୧୨ ଦିନ ମଧ୍ୟରେ ଅର୍ଥାତ୍ ସେପ୍ଟେମ୍ବର ପହିଲାରେ କୃଷକମାନଙ୍କୁ ଏହା ମିଳିପାରେ ବୋଲି ସୂଚନା ମିଳିଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶରେ ବର୍ତ୍ତମାନ ମହଙ୍ଗା ମାଡ଼ର ସିଜିନ୍ ଚାଲିଛି । ନିକଟରେ ପେଟ୍ରୋଲ, ଡିଜେଲ, ଏଲିପିଜି ମୂଲ୍ୟରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ କ୍ଷୀର, ସିଏନଜି, ବସଭଡ଼ା, ପରିବା ଆଦିର ଦର ଆକାଶଛୁଆଁ ରହିଛି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ଏହି ଘୋଷଣା କୋଟି କୋଟି ଜନତାଙ୍କ ପାଇଁ ବରଦାନ ସଦୃଶ ହେବ । ଏହି ଯୋଜନାରେ ସାମିଲ ଥିବା ପ୍ରତ୍ୟେକ ଲାଭାର୍ଥୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଯିବ ।

ତେବେ ପୂର୍ବରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଫାଇଦା ଅନେକ ଅଯୋଗ୍ୟ ଲୋକ ଉଠାଉଥିଲେ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ସରକାର ସମସ୍ତଙ୍କ ପାଇଁ ଇ-କେୱାଇସି ଜରୁରୀ କରି ଦେଇଥିଲେ । ଯଦି ଆପଣ ବର୍ତ୍ତମାନ ସୁଦ୍ଧା କେୱାଇସି କରିନାହାନ୍ତି, ତେବେ ଆପଣଙ୍କୁ ମଧ୍ୟ ଦ୍ୱାଦଶ କିସ୍ତି ମିଳିବ ନାହିଁ । ବିନା କେୱାଇସିରେ ଆପଣଙ୍କର ୧୨ତମ କିସ୍ତି ଅଟକିଯିବ । ତେଣୁ ଆପଣ ନିଜର କେୱାଇସି ଖୁବଶୀଘ୍ର କରାଇ ନିଅନ୍ତୁ ।

ଏହି ଯୋଜନା ମାଧ୍ୟମରେ ଦେଶର କୃଷକମାନଙ୍କ ଆକାଉଣ୍ଟକୁ ବାର୍ଷିକ ୬ହଜାର ଟଙ୍କା ପ୍ରଦାନ କରୁଛନ୍ତି । ପ୍ରତି ୪ ମାସରେ ସେମାନଙ୍କ ଖାତାରେ ୨,୦୦୦ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯାଇଥାଏ । ତେବେ ଗତ ମେ ୩୧ ତାରିଖରେ ଏହି ଯୋଜନାର ୧୧ତମ କିସ୍ତି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ କୃଷକମାନେ ଯୋଜନାର ଦ୍ୱାଦଶ କିସ୍ତି ଅପେକ୍ଷାରେ ରହିଛନ୍ତି ।

 

Get real time updates directly on you device, subscribe now.