fbpx

ଦେଶରେ ଆଜିଠାରୁ ଆରମ୍ଭ ପୋଷଣ ପକ୍ଷ, ପୋଷଣର ଗୁରୁତ୍ୱ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ପଞ୍ଚମ ପୋଷଣ ପକ୍ଷ ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପୋଷଣର ଗୁରୁତ୍ୱ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଏହି ପକ୍ଷ ପାଳନର ମୂଳ ଉଦ୍ଦେଶ୍ୟ। ଜନଆନ୍ଦୋଳନ ଓ ଜନଭାଗିଦାରୀ ଜରିଆରେ ସୁସ୍ଥ ହେବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଅଭ୍ୟାସକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତବର୍ଷ ଏହି ପକ୍ଷର ବାର୍ତ୍ତା ରହିଛି- “ସମସ୍ତଙ୍କ ପାଇଁ ପୋଷଣ ଏବଂ ଏକାସାଙ୍ଗରେ ସୁସ୍ଥ ଭାରତ ଗଠନ ଆଡକୁ ଅଗ୍ରସର।”

୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‍ ବା ଶ୍ରୀଅନ୍ନ ବର୍ଷ ଭାବେ ପାଳନ କରାଯାଉଥିବାରୁ ଏଥରର ପୋଷଣ ପକ୍ଷରେ ମଧ୍ୟ ଶ୍ରୀଅନ୍ନର ଗୁରୁତ୍ୱ ବାବଦରେ ସଚେତନତା ସୃଷ୍ଟି ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମାର୍ଚ୍ଚ ୮ ତାରିଖରେ ପୋଷଣ ଅଭିଯାନ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.