fbpx

୩୫ ହଜାର ଫୁଟ୍ ରେ ଉଡ଼ୁଥିଲା ବିମାନ, ସନ୍ତାନ ଜନ୍ମ ଦେଲେ ମହିଳା

୩୫ ହଜାର ଫୁଟ୍ ଉପରେ ଉଡ଼ୁଥିଲା ବିମାନ, ଉଡ଼ନ୍ତା ବିମାନରେ ମହିଳା ଜନ୍ମଦେଲେ ସନ୍ତାନ । ଯାହାପରେ ବିମାନରେ ଖେଳିଯାଇଥିଲା ଖୁସିର ମାହୋଲ । ଫ୍ଲାଇଟରେ ଥିବା ନର୍ସ ପତି-ପତ୍ନୀ ମହିଳାଙ୍କ ଡେଲିଭରି ପାଇଁ ପୂରା ପ୍ରୟାସ କରିଥିଲେ । ନର୍ସ ପତି-ପତ୍ନୀ ପ୍ରଥମେ ଫ୍ଲାଇଟରେ ଲଣ୍ଡନରୁ କୁୱେତ ଯାଉଥିଲେ କିନ୍ତୁ ତାଙ୍କୁ କୁୱେତରୁ ଫିଲିପୀନ୍ସ ଯିବାକୁ ପଡ଼ିଥିଲା ।

ବ୍ରିଟେନର ଷ୍ଟୋକ୍ ଅନ୍ ଟ୍ରେଣ୍ଟର ନର୍ସ ଦମ୍ପତ୍ତି ଶେରିଲ ଏବଂ ରୁଏଲ ପାସ୍କୁଆ ଫ୍ଲାଇଟ୍ ରେ ଯାତ୍ରା କରୁଥିଲେ । ଆଉ ଏହି ସମୟରେ ଫ୍ଲାଇଟରେ ଜଣେ ମହିଳାଙ୍କ ଲେବର ପେନ୍ ଆରମ୍ଭ ହୋଇଯାଇଥିଲା, ଆଉ ସଙ୍ଗେ ସଙ୍ଗେ ଫ୍ଲାଇଟରେ ଥିବା କ୍ରୁ ମେମ୍ବର ତାଙ୍କୁ ଡାକିଥିଲେ ।

ଶେରିଲ କହିଛନ୍ତି ଯେ ଯେତେବେଳେ ସେ ମହିଳାଙ୍କୁ ଚେକ୍ କରିଥିଲେ ଜଣାପଡ଼ିଥିଲା ଯେ ସେ କ୍ରାଉନିଙ୍ଗ ଷ୍ଟଜରେ ଅଛନ୍ତି । କ୍ରାଉନିଙ୍ଗ ଷ୍ଟେଜର କିଛି ସମୟ ପରେ ହିଁ ମହିଳା ସନ୍ତାନ ଜନ୍ମ ଦେଇଥାଏ । ଏହାପରେ ସେ ସାହାଯ୍ୟ ପାଇଁ ରୁଏଲଙ୍କୁ ଡାକିଥିଲେ ଏବଂ କିଛି ସମୟ ପରେ ପିଲା ଜନ୍ମ ହୋଇଥିଲା ।

ଶେରିଲ କହିଛନ୍ତି ପିଲା ଜନ୍ମ ତ’ ହୋଇଥିଲା କିନ୍ତୁ ସେ ୨୪ ସପ୍ତାହର ପ୍ରି ମ୍ୟାଚ୍ୟୁର ଥିଲା । ସେ କହିଛନ୍ତି ଏହ ପ୍ରଥମ ଥର ଯେ ମୁଁ କୌଣସି ମହିଳାଙ୍କ ଫ୍ଲାଇଟରେ ଭିତରେ ଡେଲିଭରି କରିଛି । ତାଙ୍କ ପାଖରେ ଡେଲିଭରି ଉପକରଣ ମଧ୍ୟ ନଥିଲା ।

Get real time updates directly on you device, subscribe now.