fbpx

ଅତିଥିଙ୍କୁ ସମ୍ମାନ ବଦଳରେ ମରଣାନ୍ତକ ମାଡ଼: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ଅତିଥି ଦେବୋ ଭବଃ । ମାତ୍ର ରାଜ୍ୟରେ ଅତିଥିଙ୍କୁ କରାଯାଉଛି ମରଣାନ୍ତକ ଆକ୍ରମଣ । ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ନନ୍ଦନକାନନରେ ହୋଇଥିଲା ଆକ୍ରମଣ । ପର୍ଯ୍ୟଟକଙ୍କୁ ଗୋଡ଼ାଇ଼ ଗୋଡ଼ାଇ ପିଟୁଥିବାର ଦୃଶ୍ୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ମାଡ଼ମରା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ । ଗିରଫ ୩ ଜଣ ଯୁବକଙ୍କ ଘର ଦାରୁଠେଙ୍ଗ ଗ୍ରାମରେ ବୋଲି ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଛତିଶଗଡ଼ରୁ ୨୬ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ । ବାଘ ସଫାରିରେ ବୁଲିବା ପାଇଁ ଦ୍ୱିପ୍ରହର ୨ଟା ସମୟରେ ସେମାନେ ଟିକେଟ କାଟିଥିଲେ । କିନ୍ତୁ ୩ ଘଣ୍ଟା କାଳ ଅପେକ୍ଷା ପରେ ବି ସେମାନଙ୍କୁ ସଫାରି ନ ମିଳିବାରୁ ସେମାନଙ୍କର ନନ୍ଦନକାନନ କର୍ମଚାରୀଙ୍କ ସହିତ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ପୋଲିସ ଘଟରାସ୍ଥଳରେ ପହଞ୍ଚି ଆହତ ପର୍ଯ୍ୟଟକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା ।

ତେବେ ସିସିଟିଭି ଫୁଟେଜ ଯାଞ୍ଚ କରି ରିପୋର୍ଟ ଦେବାକୁ ନନ୍ଦନକାନନ ଡେପୁଟି ନିର୍ଦ୍ଦେଶକ ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଯେପରି ଏହି ଘଟଣାର ପୁନରାବୃତ୍ତି ନଘଟେ, ସେଥିପାଇଁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବ । ତଦନ୍ତ ପରେ ସଫାରୀ ବସ୍ ଟେଣ୍ଡର ବାତିଲ କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.