fbpx

ଆୟୁର୍ବେଦ ଡାକ୍ତର କ୍ଲିନିକରେ ଚଲାଉଥିଲେ ଏହି ବେଆଇନ କାମ, ଯାହାପାଇଁ ତାଙ୍କୁ ଯିବାକୁ ପଡ଼ିଲା ଜେଲ

ନୂଆଦିଲ୍ଲୀ: ବୁଧବାରଦିନ ନୂଆଦିଲ୍ଲୀ ଗୁରୁଗ୍ରାମରେ ଏକ ଆୟୁର୍ବେଦ ଡ଼ାକ୍ତର ନିଜ କ୍ଲିନିକରେ ବେଆଇନ କାର୍ଯ୍ୟ କରି ଧରାପଡ଼ିଥିବା କଥା ସାମ୍ନାକୁ ଆସିଛି । ଏହି ବିଷୟରେ ପୋଲିସକୁ ଏକ ଗୁପ୍ତ ସୂଚନା ମିଳିବା ପରେ, ତଦନ୍ତ ଆରମ୍ଭ ହୋଇଥିଲା ।

ସୂଚନା ଅନୁସାରେ, ଏହି ଅଭିଯୋଗ ଡେପୁଟି ସିଭିଲ ସର୍ଜନ ପ୍ରଦୀପ କୁମାର କରିଥିଲେ । ଅଭିଯୋଗ ଅନୁସାରେ, ଡା. ରେଣୁ ଗର୍ଭପାତର ବେଆଇନ ଧନ୍ଧା ତାଙ୍କ ନିଜ କ୍ଲିନିକରେ ଚଲାଉଛନ୍ତି । ଅଭିଯୋଗ ପରେ ଡାକ୍ତରଙ୍କ ଉପରେ ଏମଟିପି ଅଧିନିୟମ ଧାରା ୩,୪,୫,୩୩୬ ଏବଂ ଏନଏମସି ଧାରା ୩୪ ଅନୁସାରେ ସେକ୍ଟର ୧୪ରେ ପ୍ରାଥମିକ ପଞ୍ଜିକରଣ କରାଯାଇଥିଲା ।

କହିବାକୁ ଗଲେ କିଛି ଦିନ ତଳେ ବିହାରର ହାଜିପୁରରେ ଏକ ବେଇଆଇନ ନର୍ସିଂହୋମ ଗର୍ଭପାତ ନଷ୍ଟ କାର୍ଯ୍ୟ କରୁଥିଲା । ଜଣେ ଯୁବତୀ ସେଠାରେ ୩ ମାସର ଗର୍ଭପାତ ନଷ୍ଟ କରିବା ପାଇଁ ସେହି ନର୍ସିଂହୋମ ଯାଇଥିଲେ ଏହାପରେ ସେଠାରେ ତାଙ୍କର ଗର୍ଭପାତକୁ ନଷ୍ଟ କରିଦିଆଯାଇଥିଲା । କିନ୍ତୁ କିଛିଦିନ ପରେ ସେହି ଯୁବତୀଙ୍କ ଦେହ ଅସୁସ୍ଥ ହେବାରୁ ସେ ସେହି ହସ୍ପିଟାଲ ଯାଇଥିଲେ ହେଲେ ତାର କୌଣସି ସମାଧାନ ନ ବାହାରିବାରୁ ସେହି ଡ଼ାକ୍ତର ଏବଂ ତାଙ୍କ ସ୍ତ୍ରୀ ପ୍ରମାଣ ନଷ୍ଟ କରିବାକୁ ଯାଇ ସେହି ଭୃଣକୁ ନିଜ ପାଳିତ କୁକୁରକୁ ଖାଇବାକୁ ଦେଇଥିଲେ । ତାଙ୍କ ବିରୋଧରେ ସେହି ଯୁବତୀ ଜଣକ ପୋଲିସ ପାଖେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇ ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । ଏହାପରେ ସେହି ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.