fbpx

ସାଇକେଲ୍‌ରେ ଶବ, ବସ୍ତାରେ ଭର୍ତ୍ତି ହୋଇ ରାସ୍ତା କଡ଼ରେ ପଡିଛି ମୃତଦେହ

ଧର୍ମଗଡ଼(ଓଡ଼ିଶା ଭାସ୍କର): କଳାହାଣ୍ଡି ଗୋଲାମୁଣ୍ଡା ଥାନା ଗୋଇନ୍ଦିମୁଣ୍ଡା ଛକ ମୁଖ୍ୟ ରାସ୍ତାରେ ଅଭାବନୀୟ ଦୃଶ୍ୟ। ବସ୍ତା ଭିତରେ ସାଇକେଲରେ ଶବ ଥିବା ସୂଚନା। ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। କେହି ବ୍ୟକ୍ତି ଜଣଙ୍କୁ ହତ୍ୟା ପରେ ବସ୍ତାରେ ପୁରାଇ ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏହି ବିଷୟରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଥାନା ଅଧିକାରୀ ଯୁଗଳ ଶବର ଏକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ।

ମୃତ ବ୍ୟକ୍ତିଙ୍କର ପରିଚୟ ବର୍ତ୍ତମାନ ଜଣାପଡି ନଥିବା ବେଳେ ମୃତ ଦେହଟି ଏକ ପୁରୁଷ ଲୋକର ବୋଲି ଦେଖିବାକୁ ମିଳିଛି। ବ୍ୟକ୍ତି ଜଣଙ୍କୁ ହତ୍ୟାକରି ଏକ ଅଖା ବସ୍ତାରେ ପୁରେଇ ସାଇକେଲ ଲଦି ଦେଇଥିବା ଦେଖିବାକୁ ମିଳିଛି । ଏନେଇ ଗୋଲାମୁଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିବା ଗୋଲାମୁଣ୍ଡା ପୋଲିସ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.