fbpx

ଗଣଦୁଷ୍କର୍ମ ପରେ ମହିଳାଙ୍କ ପ୍ରାଇଭେଟ ପାର୍ଟରେ ପୁରାଇଦେଲେ ବୋତଲ: ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ

ରାଜସ୍ଥାନ: ଦେଶରେ ଜନସଂଖ୍ୟା ସହିତ ବଢିବାରେ ଲାଗିଛି ଅତ୍ୟା ଦୁଷ୍କର୍ମ ଭଳି ବିଭିନ୍ନ ଅପରାଧ । ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁର ଅଞ୍ଚଳରେ । ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ସହିତ ପରେ ତାଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାକୁ ନେଇ ଅଞ୍ଚଳରେ ବିବାଦ ଜୋର ଧରିବାରୁ ଏଠାରେ ଅତିରିକ୍ତ ପୋଲିସ ବଳ ମୁତୟନ ହୋଇଥିଲା । ତେବେ ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ୨ ଦିନ ତଳେ ଏହି ମହିଳା ଅପହରଣ ହୋଇଥିବା ନେଇ ସ୍ୱାମୀ ଥାନାରେ ମାମଲା ରୁଜୁ କରାଇଥିଲେ । ଏହାବ୍ୟତୀତ ପୋଲିସ ବିରୋଧରେ ମଧ୍ୟ ସେ ସାଂଘାତିକ ଅଭିଯୋଗ ଆଣିଥିଲେ । ତେବେ ଶନିବାର ଦିନ ନିକଟସ୍ଥ ବିଲରେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି । ଏହାପରେ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଷ ଦେଖିବାକୁ ମିଳିଛି । ମହିଳାଙ୍କୁ ନ୍ୟାୟ ଦେବା ସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଏବଂ ପୀଡିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଜରିମାନା ଦେବା ଦାବି କରି ରାସ୍ତାରେ ଧାରଣା ଦେଇଛନ୍ତି ସ୍ଥାନୀୟ ଲୋକେ । ସେପଟେ ଏଭଳି ପରିସ୍ଥତିକୁ ନିୟନ୍ତ୍ରଣ କରିବା ପାଇଁ ଆଡିସନାଲ ଏସପି ରାଜେନ୍ଦ୍ର ବର୍ମା, ଏସଡିଏମ ତ୍ରିଲୋକଚାନ୍ଦ ମୀଣାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

୨ ଦିନ ତଳେ ମହିଳାଙ୍କ ଅପହରଣ ହୋଇଥିବା ବେଳେ ପୋଲିସ ଏହି ମାମଲା ରୁଜୁ କରିବା ପାଇଁ ମନା କରି ଦେଇଥିବା ନେଇ ଅଭିଯୋଗ ହୋଇଛି । ଏହାପରେ ମହିଳାଙ୍କ ଶବ ଏକ କ୍ଷେତରୁ ଉଦ୍ଧାର କରାଯାଇଛି । ତେବେମହିଳାଙ୍କୁ ଏକ ଶୂନଶାନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା ଜଣାଯାଇଛି । ଏହି ଘଟଣାରେ ପ୍ରାୟ ୬-୭ ଜଣ ଅଭିଯୁକ୍ତ ସାମିଲ ଥିବା ଅନୁମାନ କରାଯାଉଛି । କେବଳ ସେତିକି ନୁହେଁ, ଗଣଦୁଷ୍କର୍ମ ପରେ ମହିଳାଙ୍କ ପ୍ରାଇଭେଟ ପାର୍ଟରେ କାଚ ବୋତଲ ପୁରାଇ ଦେଇଛନ୍ତି । ଶେଷରେ ପୀଡିତାଙ୍କ ଗଳା ଚିପି ତାଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.