fbpx

ଶ୍ରୀନଗରରେ ଶହୀଦ ହୋଇଗଲେ ହରିୟାଣାର ବୀର ଯବାନ: ଡ୍ୟୁଟି ସମୟରେ ଅଚାନକ ଆସିଲା ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ସେବା କରୁ କରୁ ଭାରତ ମାତାର କୋଳରେ ଚିର ଦିନ ପାଇଁ ଶୋଇ ଯାଇଛନ୍ତି ଆଉ ଜଣେ ବୀର ଯବାନ । ନା ଲାଗିଲା ଶତ୍ରୁର ଗୁଳି ନା ବୋମା ତଥାପି ମାଟି ମାଆ ହରାଇ ଦେଇଛି ତା’ର ଆଉ ଜଣେ ବୀର ସନ୍ତାନକୁ । ଡ୍ୟୁଟି କରୁଥିବା ସମୟରେ ଅଚାନକ ହୃଦଘାତ ଆସିବାରୁ ସୀମା ଉପରେ ଶହୀଦ ହୋଇଛନ୍ତି ହରିୟାଣାର ବିନୋଦ କୁମାର ।

ସୂଚନା ଅନୁସାରେ, ଶ୍ରୀନଗରରୁ ପ୍ରାୟ ୫ କିଲୋମିଟର ଦୂରରେ ସୀମା ଉପରେ ନିୟୋଜିତ ଥିଲେ ହରିୟାଣାର ବୀର ଯବାନ ବିନୋଦ କୁମାର । ପ୍ରତିଦିନ ପରି ସମସ୍ତ ନିତ୍ୟକର୍ମ ସାରି ଡ୍ୟୁଟିରେ ପହଞ୍ଚିଥିଲେ ବିନୋଦ । କିନ୍ତୁ ତାଙ୍କୁ ଆଜି ତାଙ୍କୁ ମୃତ୍ୟୁ ଅପେକ୍ଷା କରିଥିଲା । ସକାଳ ପ୍ରାୟ ସାଢେ ୮ଟା ସମୟରେ ଅଚାନକ ତାଙ୍କୁ ଝଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ତେବେ ସାଥୀ ସୈନିକ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ, କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ୍ୟୁର କାରଣ ହାର୍ଟ ଫେଲୁୟର ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।

ସେପଟେ ପୁଅ ଜୁନ ୧ ତାରିଖରେ ଘରକୁ ଫେରିବ ବୋଲି ଅପେକ୍ଷା କରି ରହିଛନ୍ତି ପରିବାର । ଛୁଟି ପୂର୍ବରୁ ବିନୋଦ ଘରକୁ ଫେରିବେ କିନ୍ତୁ ମୃତ ଅବସ୍ଥାରେ । ଏହି କତା ଭାବି ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.