fbpx

ମାସ୍କ ନପିନ୍ଧି ୧୦୦ ଡଲାର ତଣ୍ଡ ଗଣିଲେ ବ୍ରାଜିଲ୍‌ ରାଷ୍ଟ୍ରପତି, ମୋଟରସାଇକଲ ରାଲି ସମୟରେ ଭାଙ୍ଗିଥିଲେ କରୋନା ନିୟମ

ବ୍ରାସିଲିଆ : କରୋନା ବେଳେ ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲ୍‌ ସୋନାରୋ ମୁହଁରେ ମାସ୍କ ନପିନ୍ଧି ସମର୍ଥକମାନଙ୍କ ସହ ମୋଟରସାଇକଲ ରାଲି କରିଥିବାରୁ ତାଙ୍କ ଉପରେ ୧୦୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୭୩୦୦ ଟଙ୍କାରୁ ଅଧିକ) ଜରିମାନା ଲାଗୁ କରାଯାଇଛି ।

ବ୍ରାଜିଲରେ ଆସନ୍ତାବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବୋଲସୋନାରୋ ପୁନର୍ବାର ପ୍ରାର୍ଥୀ ହେବେ । ଏଥିପାଇଁ ସେ ଦେଶର ବିଭିନ୍ନ ସ୍ଥାନରେ ରାଲି କରି ଆସୁଛନ୍ତି । ସେହିକ୍ରମରେ ସାଓ ପଲୋରେ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ‘ଆକ୍ସିଲରେଟ୍‌ ଫର୍‌ କ୍ରିସ୍‌’ ରାଲି ଆୟୋଜନ କରାଯାଇଥିଲା । ଏହି ରାଲିରେ ରାଷ୍ଟ୍ରପତି ବୋଲ୍‌ସୋନାରୋ ସମ୍ମୁଖ ଭାଗରେ କାଚ ନଥିବା ଏକ ହେଲ୍‌ମେଟ୍‌ ପିନ୍ଧିଥିଲେ । ହେଲେ ମୁହଁରେ ମାସ୍କ ପିନ୍ଧି ନଥିଲେ । ରାଲିରେ ମାସ୍କ ପିନ୍ଧୁ ନଥିବାରୁ ସାଓ ପଲୋ ରାଜ୍ୟପାଳ ତାଙ୍କୁ ଆଗୁଆ ଚେତାବନୀ ଦେଇଥିଲେ । ଏହାସତ୍ତେ୍ୱ ସେ ଏହି ରାଲିରେ ମାସ୍କ ପିନ୍ଧି ନଥିଲେ ।

Get real time updates directly on you device, subscribe now.