fbpx

ଭୂକମ୍ପରେ ଥରିଲା ରାଜଧାନୀ; ତାବ୍ରତା ୫.୮ ରେକର୍ଡ

ନୂଆଦିଲ୍ଲୀ: ଗତ କିଛି ଦିନ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଭୂକମ୍ପ ହୋଇଥିବା ବେଳେ ଆଜି ମଧ୍ୟ ଦିଲ୍ଲୀର ଏନସିଆରରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଲ ତେବେ ଏହି ଭୁକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୫.୪ ମ୍ୟାଗ୍ନିଚ୍ୟୁଡ୍ ଥିବା ରେକର୍ଡ ହୋଇଛି ।

ତେବେ ମିଳିଥିବା ସୂଚନା ଆଜି ଦ୍ୱିପହର ସମୟରେ ଦିଲ୍ଲୀ ଦିଲ୍ଲା ଏନସିଆରରେ ଭୁକମ୍ପ ହୋଇଛି । ଏଥିସହିତ ଉତ୍ତର ପ୍ରଦେଶ ଏବଂ ଉତ୍ତାରଖଣ୍ଡର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ଝଟକା ଲାଗିଥିବା ଜଣାପଡିଛି । ଉତ୍ତାର ଖଣ୍ଡର ରାଜଧାନୀ ଡେରାଡୁନ୍ , ପିଥୋରାଗଡ ଏବଂ ଅମ୍ଲୋଡାରେ ମଧ୍ୟ ବୁକମ୍ପର ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ । ଏଥିସହିତ ଏହି ଭୂକମ୍ପର ତିବ୍ରତା ୫.୪ ମ୍ୟାଗ୍ନିଚ୍ୟୁଡ୍ ଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଜଣାପଡିନାହିଁ ।

ଏହା ପୂର୍ବରୁ ଜାନୁଆରୀ ୫ ତାରିଖ ଦିନ ମଧ୍ୟ ଦିଲ୍ଲୀ ଏନସିଆରରେ ଭୁକମ୍ପ ହୋଇଥିଲା । ସେହିପରି ଜମ୍ମୁ-କାଶ୍ମୀରରେ ମଧ୍ୟ ଭମିକମ୍ପ ହୋଇଥିବା ବେଳେ ଏହାର ତିବ୍ରତା ୫.୯ ରେକର୍ଡ କରାଯାଇଥିଲା । ଯାହାର କେନ୍ଦ୍ରସ୍ଥଳ ଆଫଗାନିସ୍ଥାନର ହିନ୍ଦୁ କୁଶ ଅଞ୍ଚଳ ଥିଲା । ତେବେ ବାରମ୍ବାର ଏପରି ଭୂକମ୍ପ ହେବା ପକୃତି ପାଇଁ ବିପଦ ସୃଷ୍ଟି କରୁଛୁି ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.