fbpx

ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ, ପ୍ଲେଅଫରେ ପହଞ୍ଚିବା ପାଇଁ ଏହି ଦୁଇ ଦଳର ଆଶା ବହୁତ କମ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେଉଛି ଆଇପିଏଲ-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନୀୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସ । ଦୁଇ ଦଳ ଭାରତରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ଭଲ ପ୍ରଦର୍ଶନ କରି ଆଇପିଏଲ ପଏଣ୍ଟ ଟେବୁଲର ଟପ୍ ୪ରେ ରହିଛନ୍ତି । ଏହି ଦୁଇ ଦଳ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ମଜବୁତ ସ୍ଥିତିରେ ଅଛନ୍ତି । ହେଲେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଏମିତି କିଛି ଦଳ ଅଛନ୍ତି ଯାହାଙ୍କ ପାଖରେ ପ୍ଲେଅଫରେ ପହଞ୍ଚିବାର ସୁଯୋଗ ବହୁତ କମ ରହିଛି ।

ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ୱାଧୀଣ ସନ ରାଇଜର୍ସ ସଂଘର୍ଷ କରୁଥିବା ନଜର ଆସିଛି । ଦ୍ୱିତୀୟ ପର୍ଯ୍ୟାୟରେ ପ୍ଲେଅଫରେ ପହଞ୍ଚିବା ଦଳ ପାଇଁ ଯାତ୍ରା ସେତେଟା ସହଜ ନୁହେଁ । ହାଇଦ୍ରାବାଦ ସଂପ୍ରତି ସାତୋଟି ମ୍ୟାଚରେ ୬ ପରାଜୟ ସହ ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ରହିଛି । ଗ୍ରୁପ ପର୍ଯ୍ୟାୟରେ ଦଳ ପାଖରେ ୭ ମୁକାବିଲା ବାକି ରହିଛି । ଦଳକୁ ପ୍ଲେଅଫରେ ପହଞ୍ଚିବାକୁ ହେଲେ ଅତି କମରେ ୬ ମ୍ୟାଚ୍ ଜିତିବାକୁ ହେବ । ନୂତନ ଅଧିନାୟକ କେନ ୱିଲିୟମସନଙ୍କ ନେତୃତ୍ୱାଧୀନ ଦଳକୁ ଅନ୍ୟ ଦଳ ବିପକ୍ଷରେ ବଡ ବ୍ୟବଧାନରେ ମ୍ୟାଚ୍ ଜିତିବାକୁ ପଡିବ । କାରଣ ଦଳର ନେଟ୍ ରନ ରେଟ୍ ବହୁତ ଖରାପ ରହିଛି ।

ହାଇଦ୍ରାବାଦ ବ୍ୟତୀତ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ ତଥା ଦୁଇ ଥରର ଚାମ୍ପିଅନ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି । ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହିଛି । ଦଳ ସାତୋଟି ମ୍ୟାଚରୁ ୫ଟିରେ ପରାଜିତ ହୋଇ ମାତ୍ର ୪ ପଏଣ୍ଟ ହାସଲ କରିଛି । ଦଳକୁ ଆହୁରି ୭ ମ୍ୟାଚ୍ ଖେଳିବା ବାକି ରହିଛି । ପ୍ଲେଅଫରେ ପହଞ୍ଚିବାକୁ ହେଲେ କେକେଆରକୁ ଅତି କମରେ ୫ଟି ମୁକାବିଲା ଜିତିବାକୁ ପଡିବ ।

Get real time updates directly on you device, subscribe now.