fbpx

ଦେଶ ଶୁଣିଲା ଓଡିଆ ଝିଅଙ୍କ ସ୍ୱର, ୧୮ଟି ସେଲିବ୍ରିଟିଙ୍କ ସହ ଗୀତ ବୋଲିଲେ ଦୀପ୍ତି

ଭୁବନେଶ୍ୱର: ଓଡ଼ିଶାର ଜଣେ ଜଣାଶୁଣା ଗାୟିକା ଭାବେ ଦୀପ୍ତିରେଖା ପରିଚିତ । ବର୍ତ୍ତମାନ ସେ ଜାତୀୟ ସ୍ତରରେ ଭୋଟରଙ୍କ ପାଇଁ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି । ଦୀପ୍ତିଙ୍କ ସ୍ୱର ଏବେ କେବଳ ଓଡ଼ିଶା ନୁହେଁ ସାରା ଦେଶ ଶୁଣିବା ଆରମ୍ଭ କରିଛି । ଜାତୀୟ ଭୋଟର ଦିବସରେ ମୁଖ୍ୟ ନିର୍ବାଚନ କମିଶନ ପକ୍ଷରୁ ଭୋଟଙ୍କ ପାଇଁ ଏକ ସଙ୍ଗିତ ସମର୍ପିତ କରାଯାଇଛି । ତେବେ ଗୀତର ଶୀର୍ଷକ ରହିଛି ଆମେ ଭାରତର ମତଦାତା । ଏହି ଗୀତକୁ ୧୨ଟି ଭାଷାରେ ପରିବେଷଣ କରାଯାଇଛି ।

ସୂଚନା ଅନୁଯାୟୀ, ଜଣାଶୁଣା ସିନେ ନିର୍ମାତା ସୁବାଷ ଘାଇଙ୍କ ଟିମ୍ ସୁବାଷ ଘାଇ ଫାଉଣ୍ଡେସନ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଗୀତ ଦେଶର ସମସ୍ତ ଭୋଟରଙ୍କୁ ଉତ୍ସର୍ଗୀକୃତ କରାଯାଇଛି । ଗୀତରେ ଦିପ୍ତୀରେଖା ନିଜର କଣ୍ଠଦାନ କରିଛନ୍ତି । ଦୀପ୍ତିଙ୍କ ସମେତ ୧୮ଟି ସେଲିବ୍ରିଟି ଗାୟକ ଏବଂ ଗାୟିକା ଏଥିରେ କଣ୍ଠଦାନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଦୀପ୍ତିଙ୍କ ସମେତ ଅନେକ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ , ଲୋକପ୍ରିୟ ଗାୟକ ସୋନୁନିଗମ, ପଦ୍ମଶ୍ରୀ କୋଏସ ଚିତ୍ରା, ଅଭିନେତା ପଙ୍କଜ ତ୍ରୀପାଠୀ ଏବଂ ଅନ୍ୟ କଳାକାର ମଧ୍ୟ ଏହି ସ୍ଥାନରେ ଉପସ୍ଥିତ ରହିଥିଲେ । ସବୁଠାରୁ ବଡ଼ କଥା ହେଉଛି ଦୀପ୍ତିରେଖା ରାଷ୍ଟ୍ରପତିଙ୍କୁ ଦେଖା କରିଛନ୍ତି ଏବଂ ସାରାଦେଶ ବର୍ତ୍ତମାନ ଦୀପ୍ତିଙ୍କ କଣ୍ଠଶ୍ୱର ଶୁଣିବ ।

 

 

View this post on Instagram

 

A post shared by Diptirekha (@diptirekhaofficial)

Get real time updates directly on you device, subscribe now.