fbpx

ଏହି ସହରରେ ଖୋଲିବ ଦେଶର ପ୍ରଥମ ଟେକନୋଲୋଜି ସଂଗ୍ରହାଳୟ, ଏଥି ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର

Advertisement

ନୂଆଦିଲ୍ଲୀ : ଭାରତ ସରକାର ଟେକନୋଲୋଜିକୁ ଆଗକୁ ବଢାଇବା ପାଇଁ ଦେଶରେ ଏହାର ବିକାଶକୁ ଆଗକୁ ନେବା ପାଇଁ ଦିଲ୍ଲୀରେ ଟେକ ସଂଗ୍ରହାଳୟ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସରକାର ଏହାକୁ ନବ ଭାରତ ଉଦ୍ୟାନରେ ସ୍ଥାପନ କରିବେ । ଯାହା କେନ୍ଦ୍ରୀୟ ଭିସ୍ତା ପ୍ରୋଜେକ୍ଟରେ ସାମିଲ ହେବ । ସରକାର ଏହି ସଂଗ୍ରହାଳୟ ଦ୍ୱାରା ଲୋମାନଙ୍କୁ ଭାରତର ଭବିଷ୍ୟ ଯୋଜନା ଏବଂ ଆସୁଥିବା ଟେକନିକକୁ ଦର୍ଶାଯିବ । ଏହା ଛଡା ଏଥିରେ କିଛି ଭବିଷ୍ୟତ ପ୍ରୋଜେକ୍ଟ ବିଷୟରେ ଲୋକମାନଙ୍କୁ ସୂଚିତ କରାଯିବ ।

ଏହି ଟେକ ସଂଗ୍ରହାଳୟକୁ ଡିଜାଇନ କରିବା ପାଇଁ ଏବଂ ଏହାର କଷ୍ଟ୍ରକସନ ବିକାଶ କରିବା ପାଇଁ ସିପିଡବ୍ଲୁଡି ପ୍ରସ୍ତାବ ମାଗିଛନ୍ତି । ଏଥିରେ ଆବେଦନ କରିବା ପାଇଁ ୬ ଅକ୍ଟୋବର ପର୍ଯ୍ୟନ୍ତ ସମୟ ରହିଛି । ଏହି ସଂଗ୍ରହାଳୟରେ ବିଭିନ୍ନ ସେକ୍ଟରରେ ଥିବା ଟେକନୋଲୋଜି ଏଠାରେ ପ୍ରଦର୍ଶିତ ହେବ । ଯାହାଦ୍ୱାରା ଲୋକମାନେ ଟେକନୋଲୋଜିକୁ ଠିକ ଭାବରେ ବୁଝି ପାରିବେ ।

କେବଳ ତାହା ନୁହେଁ ଏଥିରେ ସରକାର ଆଗକୁ ଆସିବାକୁ ଥିବା ଟେକନୋଲୋଜି ବିଷୟରେ ଲୋକମାନେ ଅବଗତ ମଧ୍ୟ ହେବେ । ଏଥିରେ ଲୋକମାନେ ୩ ଡି ମ୍ୟାପ, ଟଚ ଏନବ୍ଲୋଡ ଡିସପ୍ଲେ, ହେଲୋଗ୍ରାମ,ଏଲଇଡି ପ୍ରେଜେକସନ, ମଲଟି ଟଚ ଟେବଲର ଝଲକ ଲୋକମାନେ ଦେଖିବାକୁ ପାଇବେ । ଏହି ମ୍ୟୁଜିୟମ ରାଷ୍ଟ୍ରପତି ଭବନରୁ ଆରମ୍ଭ କରି ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ବ୍ୟାପି ରହିବ । ଦେଶର ପ୍ରଥମ ଟେକନୋଲୋଜି ମ୍ୟୁଜିୟମ ବିଶ୍ୱରେ ହାଇଟେକ ହୋଇପାରେ ଯାହା ଲୋକମାନଙ୍କୁ ପସନ୍ଦ ଆସିବ ।

Get real time updates directly on you device, subscribe now.